ETV Bharat / city

ବାତ୍ୟା ବେଳେ କେଉଁଠି ଥିଲେ ବିଜୁ ଯୁବ ବାହିନୀ?

ବିଜୁ ଯୁବ ବାହିନୀକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ । ପଚାରିଲେ ଫନି ବେଳେ ସାହାଯ୍ୟ ପାଇଁ କାହିଁକି ଆସିଲେ ନାହିଁ । ଏବେ ଅର୍ଥ ବଣ୍ଟନ ବେଳେ ସରକାର କାହିଁକି ନିୟୋଜିତ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 18, 2019, 11:56 PM IST

ଭୁବନେଶ୍ବର: କେଉଁଠି ଥିଲେ ବିଜୁ ଯୁବ ବାହିନୀ ? ବାତ୍ୟା ବେଳେ କାହିଁକି ବାହାରିଲେ ନାହିଁ? ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରୁ ଦୂରେଇ ଗଲେ କାହିଁକି? ଏବେ ଘର ଭଙ୍ଗା ଅର୍ଥ ବଣ୍ଟା ବେଳକୁ ସରକାର ତାଙ୍କୁ କାମରେ ନିୟୋଜିତ କରୁଛନ୍ତି। ଏହା ପଛର ଉଦ୍ଦେଶ୍ୟ କଣ ଆଉ ଅର୍ଥ ପ୍ରଦାନରେ ସ୍ୱଚ୍ଛତା ରହିବ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟ ସରକାର ବାତ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ଟଙ୍କା ଦେବେ। ଏନେଇ ଆରମ୍ଭ ହୋଇଛି ଜିଓ ଟାଗିଙ୍ଗ । ଏଥିରେ ବିଜୁ ଯୁବ ବାହିନୀ ସମେତ ଅନ୍ୟ ମାନଙ୍କୁ ନିୟୋଜିତ କରାଯାଇଛି । ତେବେ ବିଜୁ ଯୁବ ବହିନୀଙ୍କୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହା ସରକାରଙ୍କ ଏକ ଚାଲ ବୋଲି କହିଛନ୍ତି । ଯଦି ଏପରି ହୁଏ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି କହିଛି କଂଗ୍ରେସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.