ETV Bharat / city

ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ବିୟୋଗରେ ବିଜେପିର ଶ୍ରଦ୍ଧାଞ୍ଜଳି ସଭା - ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ବିୟୋଗ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଥମ ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ବିୟୋଗରେ ବିଜେପିର ଶ୍ରଦ୍ଧାଞ୍ଜଳି ସଭା

author img

By

Published : Aug 22, 2021, 9:55 PM IST

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଥମ ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଦେବେନ୍ଦ୍ରଙ୍କ ସ୍ୱୟଂ ସେବକ ଭାବରେ ସାଙ୍ଗଠନିକ ଦକ୍ଷତା ଉପରେ ସ୍ମୃତିଚାରଣ କରିଥିଲେ ତାଙ୍କର ସମସାମୟିକ ବିଜେପି ନେତୃମଣ୍ଡଳୀ। ଦେବେନ୍ଦ୍ର ବାବୁଙ୍କ ନେତୃତ୍ୱ ଅନେକଙ୍କୁ ଅନୁପ୍ରାଣିତ କରିଥିଲା। ତାଙ୍କର ବିଚାରଧାରା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିଲା। ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାରେ ପ୍ରତିଷ୍ଠା କରିବାରେ ତାଙ୍କର ଚେଷ୍ଟା ଅତୁଳନୀୟ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ।

ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ବିୟୋଗରେ ବିଜେପିର ଶ୍ରଦ୍ଧାଞ୍ଜଳି ସଭା
ରାଜ୍ୟରେ ବିଜେପିକୁ ଏକ ପ୍ରମୁଖ ଧାରାରେ ଆଣିବା, ସ୍ବର୍ଗତ ଦେବେନ୍ଦ୍ରଙ୍କ ଅବଦାନ ଅତୁଳନୀୟ। ପ୍ରଥମକରି ୧୯୮୫ ମସିହାରେ ମାହାଙ୍ଗାରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲା । ଏବେ ୨୦୧୯ ନିର୍ବାଚନରେ ବିଜେପି ୯୧ ଲକ୍ଷ ଭୋଟ ଲୋକସଭାରେ ୭୫ ଲକ୍ଷ ଭୋଟ ରାଜ୍ୟରେ ପାଇଛି। ୮୦ ଦଶକରେ ବିଜେପିକୁ ଓଡ଼ିଶାରେ ଆରମ୍ଭ କରିଥିବା ଦେବେନ୍ଦ୍ରଙ୍କ ବଳିଦାନ ସବୁବେଳେ ମନେ ରହିବ।ଦେବେନ୍ଦ୍ରଙ୍କ ଚରିତ୍ର, ଲୋକ ସଂସ୍କାର ପାଇଁ ଆଜିର ଦିନରେ ବିଜେପି ରାଜ୍ୟରେ ବିରୋଧୀ ଦଳ ଭାବେ ଉଭା ହୋଇଛି ବୋଲି ବିଜେପି କହିଛି ।

ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.