ETV Bharat / city

'ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ହତ୍ୟା ପଛରେ ବିଜେଡି ନେତାଙ୍କ ହାତ' - former block chairman

ଆନନ୍ଦପୁର ଅଞ୍ଚଳରେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ପୃଷ୍ଟିଙ୍କ ସ୍ୱାମୀ ରଞ୍ଜିତ ପୃଷ୍ଟି ଓ ବିଜୁ ଯୁବ ବାହିନୀ ପଞ୍ଚାୟତ ସଭାପତି ସଞ୍ଜୀବ ପୃଷ୍ଟି ରାତିରେ ରାମଚନ୍ଦ୍ର ବେହେରାଙ୍କୁ ଘରେ ଖାଇବାକୁ ଡାକି ବିଭତ୍ସ ହତ୍ୟା କରିଛନ୍ତି । ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସମୀର ମହାନ୍ତି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 27, 2019, 11:36 PM IST

ଭୁବନେଶ୍ବର: ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲା ବିଜେପି । ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ହତ୍ୟା ପଛରେ ଦୁଇ ଜଣ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ରହିଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହି ଅଞ୍ଚଳରେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ପୃଷ୍ଟିଙ୍କ ସ୍ୱାମୀ ରଞ୍ଜିତ ପୃଷ୍ଟି ଓ ବିଜୁ ଯୁବ ବାହିନୀ ପଞ୍ଚାୟତ ସଭାପତି ସଞ୍ଜୀବ ପୃଷ୍ଟି ରାତିରେ ତାଙ୍କ ଘରେ ଖାଇବାକୁ ଡାକି ବିଭତ୍ସ ହତ୍ୟା କରିଛନ୍ତି । ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସମୀର ମହାନ୍ତି କହିଛନ୍ତି । ଏହାସହ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କ ସହ ହତ୍ୟାକାରୀ ସଞ୍ଜୀବ ପୃଷ୍ଟିଙ୍କର ଘନିଷ୍ଠ ସମ୍ପର୍କ ଥିବା ନେଇ ବିଜେପି ଅଭିଯୋଗ କରିଛି । ଏପରିକି ଏ ଘଟଣା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଜେପି ଭେଟିବ ବୋଲି ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ନ୍ୟୁଜ

Intro:Body:

ଜନତା ମାଗୁଛି ହକ୍, ପ୍ରତିଶ୍ରୁତି ପୁରା ନହେଲେ ଏଥର ଭୋଟ ବର୍ଜନ

ଭୁବନେଶ୍ବର: ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି। ମାତ୍ର ଏଥର ସାଧାରଣ ଜନତା ଭାବିଚିନ୍ତି ଦେବେ ଭୋଟ। କାରଣ ପ୍ରତିଶୃତି ଯେତେବେଳେ ପ୍ରତିଶୃତିରେ ରହିଯାଏ, ସେତେବେଳେ ନେତା ମନ୍ତ୍ରୀଙ୍କ ଆଡୁ ମୁହଁ ଫେରାଇଥାନ୍ତି ଜନତା। ତେବେ ଚାଲନ୍ତୁ ଦେଖିବା ଏମିତି ଏକ ରିପୋର୍ଟ ଯେଉଁଠାରେ ଜନତା ତାର ହକ ମାଗୁଛି।

ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରାଜଧାନୀ ସାଇନ୍ସ ପାର୍କ ପାଖ କିଛି ବସ୍ତିର ମହିଳାମାନେ। ନିଜର ମୁଣ୍ଡର ଓଢଣାକୁ ସମ୍ଭାଳିବା ସହ ପୁରୁଷଙ୍କ ଭଳି ନିଜକୁ ସ୍ବାବଲମ୍ବୀ କରିବା ତାକତ ବି ଏମାନଙ୍କ ନିକଟରେ ଦେଖିବାକୁ ମିଳିଛି। ଏମାନେ ଉଚ୍ଚଶିକ୍ଷିତ ନହେଲେ ବି ନିଜର ପ୍ରଚେଷ୍ଟା ବଳରେ ଗଢିଛନ୍ତି ଏକ ହୋଟେଲ। ପ୍ରଥମେ ଏକଜୁଟ ହୋଇ ଏକ ଭେଣ୍ଡିଂ ଜୋନ କରିଥିଲେ। ନେତା ମନ୍ତ୍ରୀ ବି ଆସିଥିଲେ। ହେଲେ ବିନା ନୋଟିସରେ ଏହାକୁ ଭାଙ୍ଗି ଦେଇଥିଲା ବିଏମସି।

ସବୁଠାରୁ ବଡ କଥା ହେଲା ଏହି ଭେଣ୍ଡିଂଜୋନକୁ ନିଜେ ମନ୍ତ୍ରୀ ଓ ନେତାମାନେ ଆସି ଉଦଘାଟନ କରିଥିଲେ। ମାତ୍ର ବିନା ନୋଟିସରେ କେମିତି ଭେଣ୍ଡିଂ ଜୋନ ଭଙ୍ଗାଗଲା, ତାହା ଏବେ ବଡ ପ୍ରଶ୍ନ। ଅନ୍ୟପଟେ ଏମାନଙ୍କୁ ଅନ୍ୟତ୍ର ଥଇଥାନର ବ୍ୟବସ୍ଥା କରାଇ ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ମିଳିଥିଲା, ହେଲେ ପ୍ରତିଶୃତି ପାଣିର ଗାର ହୋଇଗଲା। ହେଲେ ଏବେ ଜାଗ୍ରତ ହୋଇଛନ୍ତି ଜନତା। ଯଦି ଏମାନଙ୍କୁ ଥଇଥାନ କରାନଯାଏ, ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ମହିଳାମାନେ। ତେବେ ଏହାକୁ ନେଇ ବିରୋଧୀ ବି ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇନାହାଁନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.