ETV Bharat / city

ବିଜେପିର ନୂଆ ଟିମ୍‌ରେ ଓଡିଆ ନେତା; ବୈଜୟନ୍ତଙ୍କୁ ମିଳିଲା ଦିଲ୍ଲୀ ଦାୟିତ୍ବ, ମଣିପୁର ସମ୍ଭାଳିବେ ସମ୍ବିତ - ବିଜେପି ଟିମ

ବିଜେପିର ନୂଆ ଟିମ ଘୋଷଣା । ଏହି ଟିମ୍‌ରେ ଓଡିଶାରୁ ବଡ ନେତାଙ୍କୁ ସ୍ଥାନ ମିଳିଛି । ଅଧିକ ପଢନ୍ତୁ...

ବିଜେପିର ନୂଆ ଟିମ୍‌ରେ ଓଡିଆ ନେତା; ବୈଜୟନ୍ତଙ୍କୁ ମିଳିଲା ଦିଲ୍ଲୀ ଦାୟିତ୍ବ, ମଣିପୁର ସମ୍ଭାଳିବେ ସମ୍ବିତ

author img

By

Published : Nov 14, 2020, 5:10 AM IST

ନୂଆଦିଲ୍ଲୀ: ବିହାରରେ ଏନଡିଏର ପ୍ରଚଣ୍ଡ ବିଜୟ ପରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ନିଜର ନୂଆ ଟିମ୍‌ ଘୋଷଣା କରିଛନ୍ତି ଭାରତୀୟ ଜନତା ପାର୍ଟି । ତେବେ ଏହି ଟିମ୍‌ରେ ଓଡିଶାରୁ ବଡ ନେତାଙ୍କୁ ସ୍ଥାନ ମିଳିଛି ।

ଓଡିଶା ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । ସେହିପରି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ବ ମିଳିଛି । ମୟୁରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ମଧ୍ୟପ୍ରଦେଶର ସହ ପ୍ରଭାରୀ ଭାବେ ରାଷ୍ଟ୍ରୀୟ ନିଯୁକ୍ତ କରାଯାଇଛି ।

ମଣିପୁର ଉପନିର୍ବାଚନରେ ବିଜେପିର ସଫଳତା ନେଇ ରାଜ୍ୟର ମଙ୍ଗ ଧରିଥିବା ବୈଜୟନ୍ତ ପଣ୍ଡାଙ୍କ ନିଷ୍ଠା ଓ କଠିନ ପରିଶ୍ରମକୁ ଦୃଷ୍ଟିରେ ରଖି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କୁ ନୂଆ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପଣ୍ଡା ମଣିପୁରରେ ଅସ୍ଥାୟୀ ସରକାରର ସ୍ଥିତି ସୁଧାରିବାର ଦାୟିତ୍ଵ ନେଇଥିଲେ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣଠୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ସବୁଥିରେ ପଣ୍ଡା ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମଣିପୁର ମୂଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂ ଓ ଦଳର ଅନ୍ୟ ନେତୃତ୍ବଙ୍କ ସହ ମିଶି ମଣିପୁରରେ ମାରାଥନ ପ୍ରଚାର କରିଥିଲେ ବୈଜୟନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.