ETV Bharat / city

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ, ୟୁନିଟ୍‌-୨ ବାଳିକା ମହାବିଦ୍ୟାଳୟରେ BJPର ବିଜୟ ଉତ୍ସବ - ୟୁନିଟ୍‌ ୨ ବାଳିକା ମହାବିଦ୍ୟାଳୟରେ ଉତ୍ସବ

ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ସେ ପାଠ ପଢ଼ିଥିବା ଭୁବନେଶ୍ବର ସ୍ଥିତ ୟୁନିଟ-୨ ବାଳିକା ବିଦ୍ୟାଳୟରେ ବିଜେପିର ନେତା ଓ କର୍ମୀ ପହଞ୍ଚି ଛାତ୍ରୀମାନଙ୍କ ସହ ବିଜୟ ଉତ୍ସବ ପାଳିଛନ୍ତି । ଅଧିକ ପଢ଼ନ୍ତୁ

bjp celebrating draupadi murmu win in presidential election in unit 2 girls high school
ଭୁବନେଶ୍ବର ୟୁନିଟ୍‌-୨ ବାଳିକା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଉତ୍ସବ ପାଳିଲା ବିଜେପି
author img

By

Published : Jul 23, 2022, 4:30 PM IST

ଭୁବନେଶ୍ବର: ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ସବୁଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ନବନିର୍ବାଚିତ ରାଷ୍ଟ୍ରପତି ମୁର୍ମୁ ପାଠ ପଢ଼ିଥିବା ଭୁବନେଶ୍ବର ସ୍ଥିତ ୟୁନିଟ-୨ ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ବିଜେପିର ନେତା ଓ କର୍ମୀ ପହଞ୍ଚି ବିଜୟ ଉତ୍ସବ ପାଳନ କରିଛନ୍ତି ।

ଭୁବନେଶ୍ବର ୟୁନିଟ୍‌ ୨ ବାଳିକା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଉତ୍ସବ ପାଳିଲା ବିଜେପି

ୟୁନିଟ-୨ ବାଳିକା ବିଦ୍ୟାଳୟର କୁନ୍ତଳାକୁମାରୀ ଆଦିବାସୀ ହଷ୍ଟେଲର ଅନ୍ତେବାସୀଙ୍କୁ ମିଠା ଖୁଆଇ ସେମାନଙ୍କୁ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କାହାଣୀ ଉପରେ ବିଜେପି କର୍ମୀ ଆଲୋକପାତ କରାଇଥିଲେ । ବିଜେପି ବିଧାୟକ କୁସୁମ ଟେଟେଙ୍କ ସମେତ ଅଭିନେତା ହରିହର ପାତ୍ର ଓ ଅନ୍ୟ ବରିଷ୍ଠ ଓ ଯୁବକର୍ମୀଙ୍କ ସହ ଦ୍ରୌପଦୀ ମୁର୍ମୁଙ୍କ ସହପାଠୀ ସୁଚିତ୍ରା ସିମଲ ସାମିଲ ହୋଇଥିଲେ । ଯିଏକି ଦ୍ରୌପଦୀ ମୁର୍ମୁଙ୍କ ସହ ଏହି ହଷ୍ଟେଲରେ ଏକାଠି ରହି ପାଠପଢୁଥିଲେ।

ନିର୍ବାଚନରେ ବିଜୟୀ ହେବାପରେ ସେ ବନ୍ଧୁଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଥିବା ସୁଚିତ୍ରା ସିମଲ କହିଛନ୍ତି । ଦ୍ରୌପଦୀ ମୁର୍ମୁ ଜଣେ ପରିଶ୍ରମୀ, ସରଳ, ଭଦ୍ର ଓ ନମ୍ର ବ୍ୟକ୍ତିତ୍ବର ବୋଲି ବନ୍ଧୁ କହିଛନ୍ତି । ରାଷ୍ଟପତି ହେବା ପରେ ମଧ୍ୟ ସେ ତାଙ୍କର ବାସ୍ତବତାକୁ ଭୁଲିନାହାନ୍ତି । ତେଣୁ ଆମେ ତାଙ୍କୁ ସାରା ଓଡ଼ିଶା ଗର୍ବିତ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ରୌପଦୀ ସର୍ବଦା ପ୍ରେରଣା ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.