ଭୁବନେଶ୍ବର: ସମ୍ବିଧାନ ପ୍ରଣେତା ଡ଼ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ କଲା ବିଜେପି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହ ସମ୍ବିଧାନ ଦିବସକୁ ସାମାଜିକ ଉତ୍ସବ ଭାବେ ପାଲନ କରାଯାଉ ବୋଲି ମତ ରଖିଛନ୍ତି ।
ଭାରତୀୟ ସମ୍ବିଧାନ ପ୍ରତିଟି ନାଗରିକକୁ ବାକ ସ୍ବାଧିନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି ତେଣୁ ଆଜିର ସମ୍ବିଧାନ ଦିବସକୁ ଏକ ଉତ୍ସବ ଭାବରେ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
୭୧ ବର୍ଷ ପୂର୍ବେ ତଥା ଦେଶ ସ୍ବାଧୀନତା ପାଇବାର ପରବର୍ତ୍ତୀ ସମୟରେ ଆଜିର ଦିନରେ 'ସମ୍ବିଧାନ ସଭା' ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ଗ୍ରହଣ କରିବା ପରେ ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ଘୋଷଣା କରିଥିଲେ। ସେବେଠାରୁ ଦେଶବ୍ୟାପୀ ଆମ୍ବେଦକରଙ୍କ ଜୟନ୍ତୀକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ