ETV Bharat / city

Harekrushna Mahatab birth anniversary: ମହତାବଙ୍କ ଜୟନ୍ତୀ ପାଳିଲା ବିଜେପି - Harekrushna mahatab jayanti celebrate

ଆଜି ସ୍ବାଧୀନ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଆଧୁନିକ ଓଡିଶାର ନିର୍ମାତା 'ଉତ୍କଳ କେଶରୀ' ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ପାଳନ କରିଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ

ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିଲା ବିଜେପି

author img

By

Published : Nov 21, 2021, 3:13 PM IST

ଭୁବନେଶ୍ବର: ଆଜି ସ୍ବାଧୀନ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଆଧୁନିକ ଓଡିଶାର ନିର୍ମାତା 'ଉତ୍କଳ କେଶରୀ' ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ବର ବିଜେବି କଲେଜ ନିକଟସ୍ଥ ପାର୍କରେ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ କରିଛି ରାଜ୍ୟ ବିଜେପି ।

ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିଲା ବିଜେପି

ନବନିର୍ମାଣ ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ସେ ଏକାଧାରରେ ଜଣେ ସାହିତ୍ୟିକ, ଲେଖକ ଏବଂ ଦକ୍ଷ ପ୍ରଶାସକ ଥିଲେ । ସ୍ବାଧୀନତା ସଂଗ୍ରାମରେ ସର୍ବ ଭାରତୀୟ ସ୍ତରରେ ଓଡିଆ ଜାତି ପାଇଁ ତାଙ୍କର ଯେଉଁ ଅବଦାନ ଥିଲା ତାଙ୍କ ପାଖରେ ଓଡିଶାବାସୀ ଚିର କୃତଜ୍ଞ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ସେ ହୀରାକୁଦ ବନ୍ଧର କଥା ଦେଉ ବା ରାଜଧାନୀ ଭୁବନେଶ୍ବର ସବୁଥିରେ ତାଙ୍କର ଅବଦାନ ରହିଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି । ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବା ସହ ଅନ୍ୟ ରାଜ୍ୟରେ ପ୍ରଥମ ଓଡିଆ ରାଜ୍ୟପାଳ ଭାବେ ଆସନ ଅଳଙ୍କୃତ କରିଥିଲେ । ଓଡିଶାରେ ଗଡଜାତର ମିଶ୍ରଣ, ଭୁବନେଶ୍ବରରେ ରାଜଧାନୀ ନିର୍ମାଣ ସବୁକିଛି ହରେକୃଷ୍ଣ ମହତାବଙ୍କ ଶାସନ କାଳ ସମୟରେ ହିଁ ହୋଇଥିଲା । ପାର୍କରେ ଥିବା ହରେକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଛନ୍ତି ।

୧୮୯୯ ମସିହା ଆଜିର ଦିନରେ ଭଦ୍ରକ ଜିଲ୍ଲା ଆଗରପଡାରେ ଜନ୍ମଗ୍ରହଣ କରିଥିଲେ ଉତ୍କଳର ଏହି ସୁପୁତ୍ର । ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରେ ମାଟ୍ରିକ ପଢା ସାରି ରେଭେନ୍ସାରେ ନାମ ଲେଖାଇଥିଲେ । କିନ୍ତୁ ସେଠାରୁ ସେ ପାଠ ପଢା ଛାଡି ୧୯୨୯ ରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୨୩-୨୪ ମଧ୍ୟରେ ଓଡିଶା ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇ ଜେଲ୍ ଯାଇଥିଲେ । ଏହାପରେ ପୁନର୍ବାର ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.