ଭୁବନେଶ୍ବର: ବିଜେପି ପକ୍ଷରୁ ଜୟଦେବ ବିହାର ବେହେରା ବସ୍ତି ଠାରେ ଓବିସି ଜାତି ବର୍ଗ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତି ଅବସରରେ ସେବା ସୁଶାସନ ଗରିବ କଲ୍ୟାଣ କାର୍ଯ୍ୟକ୍ରମ କରୁଛି ଦଳ। ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତି ଅବସରରେ ଦେଶ ସାରା ଏହି କର୍ଯ୍ୟକ୍ରମ କରୁଛି ବିଜେପି। ଏଥିରେ ବିଜେପି ସଭାପତି ସମୀର ମହାନ୍ତି, ଭୁବନେଶ୍ବର ଜିଲ୍ଳା ସଭାପତି ବାବୁ ସିଂ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ଯୋଗ ଦେଇଥିଲେ। ସମାଜର ତଳ ବର୍ଗର ଲୋକଙ୍କ ପାଇଁ କରିଥିବା ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି ନା ନାହିଁ ପଚାରି ବୁଝିବା ସହ ସମସ୍ତ ଯୋଜନା ସଂପର୍କରେ ସେମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଏଥି ପାଇଁ ରାଜ୍ୟ ସାରା ଏମିତି ସବୁ ବର୍ଗର ସମ୍ମିଳନୀ କରି ସମସ୍ତ ଯୋଜନା ସଂପର୍କରେ ସଚେତନ କରୁଛି ଦଳ। ଏହି ଅବସରରେ ଓଡିଶାରେ ବିଜେଡି ସରକାର ଓବିସି ମାନଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ରାଜନୈତିକ କ୍ଷେତ୍ରରେ ଓବିସି ବର୍ଗ ନିଜ ଅଧିକାରରୁ ବଞ୍ଚିତ ହୋଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର