ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ଅନ୍ୟ ଦଳରୁ ନେତା ଆମଦାନୀ ସେତିକି ବଢୁଛି । ନିକଟରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବିଧାନସଭା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ବିଜେଡିରେ ଯୋଗ ଦେଇଥିବା ବେଳେ, ମଙ୍ଗଳବାର କାକଟପୁର ଆସନରୁ ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତି ବେହେରା ମଧ୍ୟ ବିଜେଡିରେ ମିଶିଛନ୍ତି ।
ଆଜି ନବୀନ ନିବାସରେ ସେ ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ତୁଷାରକାନ୍ତି ବିଜେପିରେ ପ୍ରାର୍ଥୀ ହୋଇ ପ୍ରଚାର ଆରମ୍ଭ କରିଥିଲେ । ଗତ ନିର୍ବାଚନରେ ଦଳ ପକ୍ଷରୁ ନିଯୁକ୍ତି, ମହିଳା ସଂରକ୍ଷଣ ଓ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବା ପ୍ରସଙ୍ଗରେ ଦିଆଯାଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ଯାଏଁ ପୂରଣ ହୋଇପାରିନଥିବାରୁ ଏ ସମ୍ପର୍କରେ ଲୋକେ ମୋତେ ପ୍ରଶ୍ନ ପଚାଥିଲେ । ତେଣୁ ସେ ବାଧ୍ୟ ହୋଇ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ଆଗକୁ ଆହୁରି ଅନେକ ଯୁବ ନେତା ବିଜେପି ଛାଡିବେ ବୋଲି ତୁଷାରକାନ୍ତି ଜଣାଇଛନ୍ତି ।
ତୁଷାରଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ସେହିଭଳି ଓଡିଶା ବିଜେପିର ଫୋକସରେ ରହିବା ଏବଂ ଘନଘନ ଗସ୍ତ ନିର୍ବାଚନ ସମୟରେ ଏକ ନିୟମିତ ପ୍ରକ୍ରିୟା । ବିଜେଡି ଭଲ ପ୍ରଦର୍ଶନ କରିବ । 2019 ନିର୍ବାଚନ ଅପେକ୍ଷାକୃତ ଭାବେ କଷ୍ଟକର ବୋଲି ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସବୁ ନିର୍ବାଚନ କଷ୍ଟକର ।
ଭୁବନେଶ୍ବରରୁ ଅଜିତ ଦାସ, ଈଟିଭି ଭାରତ