ETV Bharat / city

Tweet War: ବିଜେଡ଼ି ମୁଖିଆଙ୍କ ଚଟୁ ଆଇଁଷ, ବେଣ୍ଟ ନିରାମିଷ ଟ୍ବିଟ କରି କଟାକ୍ଷ କଲା ବିଜେପି

author img

By

Published : Nov 26, 2021, 8:29 AM IST

ମୁଖ୍ୟମନ୍ତ୍ରୀଙ୍କ କାରକୁ ଅଣ୍ଡା ମାଡ଼(Egg Hurled)କୁ ନେଇ ବିଜେଡି-ବିଜେପି ଟ୍ବିଟ(Tweet War) ୱାର । ଆମିଷ ଓ ନିରାମିଷ ମାମଲାରେ ବିଜେଡ଼ି ମୁଖିଆଙ୍କ ଚଟୁ ଆଇଁଷ ଓ ବେଣ୍ଟ ନିରାମିଷ କହି ଟ୍ବିଟରେ କଟାକ୍ଷ କରିଛନ୍ତି ଜୟନାରାୟଣ । ଅଧିକ ପଢନ୍ତୁ

Tweet War: ବିଜେଡ଼ି ମୁଖିଆଙ୍କ ଚଟୁ ଆଇଁଷ, ବେଣ୍ଟ ନିରାମିଷ କହି କଟାକ୍ଷ କଲା ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାରକୁ ଅଣ୍ଡା ମାଡ଼(Egg Hurled)କୁ ନେଇ ବିଜେଡି-ବିଜେପି ଟ୍ବିଟ(Tweet War) ୱାର । ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର ଜବାବ ରଖିଛନ୍ତି ବିଜେପି ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର । ଆମିଷ ଓ ନିରାମିଷ ମାମଲାରେ ବିଜେଡ଼ି ମୁଖିଆଙ୍କର ଚଟୁ ଆଇଁଷ ଓ ବେଣ୍ଟ ନିରାମିଷ କହି ଟ୍ବିଟରେ କଟାକ୍ଷ କରିଛନ୍ତି ଜୟନାରାୟଣ ।

ଜୟନାରାୟଣ ଟ୍ୱିଟ୍ କରି କହିଛନ୍ତି ଯେ, 'ପ୍ରଣବ ବାବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେଉଁ କଥା ଲେଖିଛନ୍ତି, ହୁଏତ ସେ କହୁଥିବା କଥାକୁ ପ୍ରଣବଙ୍କ ବାପା ସ୍ୱର୍ଗତ ଅଶୋକ ଭାଇ ଥିଲେ ଭଲରେ ବୁଝି ପାରିଥା’ନ୍ତେ । ଧର୍ମେନ୍ଦ୍ର ଭାଇଙ୍କୁ ପରାମର୍ଶ ଦେବା ପୂର୍ବରୁ ପ୍ରଣବ ତାଙ୍କ ମୁଖିଆଙ୍କୁ ପରାମର୍ଶ ଦେଲେ ଭଲ ହୁଅନ୍ତା । ସାଢେ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ଚକାଆଖି ସବୁ ଦେଖୁଛି । ଗତ ୨୦ ତାରିଖରେ ବିଜେଡିର ମୁଖିଆଙ୍କୁ ଓଡ଼ିଶାର ଉପ-ବାଚସ୍ପତି ଠାକୁର ବୋଲି ସମ୍ବୋଧନ କଲେ । ଆପଣଙ୍କ ମୁଖିଆ ମୌନ ରହି ବଡ଼ ଶରଧାରେ ସ୍ମିତହାସ୍ୟ ଦେଇ ନିଜେ ଠାକୁର ବୋଲି ସମ୍ମତି ପ୍ରକାଶ କଲେ । ପୋଖରୀ ଯାକର ମାଛ ସାରି, ବଗ ଯାଇଛି ତୀର୍ଥ କରି । ଓଡ଼ିଆ ଝିଅ ମମିତାର ଜଘନ୍ୟ ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇ ଶକ୍ତି ପ୍ରଦାନ କଲେ । ପତିତଜନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ବାନା ।' ଆମିଷ ଓ ନିରାମିଷ ମାମଲାରେ ଆପଣଙ୍କ ମୁଖିଆଙ୍କର ଚଟୁ ଆଇଁଷ ବେଣ୍ଟ ନିରାମିଷ ବୋଲି ଜୟନାରାୟଣ କଟାକ୍ଷ କରିଛନ୍ତି ।

ବବି ବାବୁ ଜାଣିଥିବେ ବିଗତ ବର୍ଷରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ପାଇଁ ତାଙ୍କ ଦଳ ଓ ମୁଖିଆ ଷଡ଼ଯନ୍ତ୍ର କରିଥିଲେ । ଆପଣଙ୍କର ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା କେତେ ଓଡ଼ିଶାବାସୀ ଜାଣିଛନ୍ତି । କାହା ପ୍ରଚେଷ୍ଟାରେ ମହାପ୍ରଭୁଙ୍କ ରଥଯାତ୍ରା ହେଲା, ଅଳ୍ପ ବହୁତେ ଓଡ଼ିଆ ଲୋକ ଜାଣିଛନ୍ତି । ରତ୍ନଭଣ୍ଡାର ଚାବି ନେଇ ଏବେ ବି ଦ୍ୱନ୍ଦ୍ବ ଲାଗିରହିଛି । ରତ୍ନ ଅଛି ନା ଆପଣଙ୍କ ମୁଖିଆଙ୍କ ଶାସନରେ କିଏ ଲୁଟ କରିନେଲାଣି ? ଓଡ଼ିଆ ଲୋକ ସନ୍ଦେହରେ ରହିଛନ୍ତି । ରତ୍ନଭଣ୍ଡାର ପ୍ରଶ୍ନ ପଚାରିଲେ ଆପଣଙ୍କ ଅଭିଯୁକ୍ତ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁହଁ ବୁଲାଇ ପଳାଉଛନ୍ତି ବୋଲି କଟାକ୍ଷ କରିଛନ୍ତି ଜୟନାରାୟଣ ମିଶ୍ର ।

ସେ ଆହୁରି ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିରେ ମା' ସୁଭଦ୍ରା ଏବଂ ମା' ଲକ୍ଷ୍ମୀଙ୍କ ଗୁରୁତ୍ୱ ବୁଝିଥିଲେ, ଓଡ଼ିଶାରେ ମମିତା ଭଳି ଝିଅକୁ ଯେଉଁଭଳି ଭାବରେ ଷଡ଼ଯନ୍ତ୍ର କରି ନିର୍ମମ ହତ୍ୟା କରାଗଲା, ତାହାର ଷଡ଼ଯନ୍ତ୍ରକାରୀକୁ ପାଖରେ ବସାଇନଥାନ୍ତେ । ଆପଣ ଆପଣଙ୍କ ମୁଖିଆଙ୍କୁ ବୁଝାନ୍ତୁ । ଦିବ୍ୟଶଙ୍କରଙ୍କୁ କେବେ ବହିଷ୍କାର କରାଯିବ ରାଜ୍ୟବାସୀଙ୍କୁ ଜଣାଅ । ଦଳର ଲୋକେ କହୁଛନ୍ତି, ଆପଣ ମୁଖିଆଙ୍କ ଆଖି । ପ୍ରତିଦିନ ରାଜ୍ୟରେ ୪ ଧର୍ଷଣ, ୬ ଅପହରଣ ଓ ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ । ଏ ପାପ କାହା ମୁଣ୍ଡରେ ଯିବ ? ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ମୁଖିଆଙ୍କୁ କହିଲଣି କି ବୋଲି ବିଧାୟକ ଜୟନାରାୟଣ ମିଶ୍ର ଟ୍ୱିଟ୍ ଜରିଆରେ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.