ETV Bharat / city

Dhamnagar Battle: BJP-BJDର ଷ୍ଟାର ପ୍ରଚାରକ ତାଲିକା, ପ୍ରଚାର ମଙ୍ଗ ଧରିବେ ୩ କେନ୍ଦ୍ରମନ୍ତ୍ରୀ

ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ସୂରଜ ସୂର୍ଯ୍ୟବଂଶୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ବିଜେଡିର ପ୍ରଚାର କରିବେ ନବୀନ । ଅଧିକ ପଢନ୍ତୁ

Dhamnagar Battle: ବିଜେପି-ବିଜେଡିର ଷ୍ଟାର ପ୍ରଚାରକ ତାଲିକା, ପ୍ରଚାର ମଙ୍ଗ ଧରିବେ ୩ କେନ୍ଦ୍ରମନ୍ତ୍ରୀ

author img

By

Published : Oct 15, 2022, 7:01 AM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି(BJP And BJD Announces Star Campaigners For Dhamnagar By-Poll) । ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପକ୍ଷରୁ 40 ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି । ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମନଗର ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ସବୁ କ୍ଷେତ୍ରରେ ଆଗୁଆ ରହିଛି ରାଷ୍ଟ୍ରୀୟ ଦଳ ବିଜେପି । ପ୍ରଥମେ ପ୍ରାର୍ଥୀ ଚୟନ ସହ ଘୋଷଣା କରିଛି ଦଳ । ପ୍ରଥମେ ନାମାଙ୍କନ ଭରିଛନ୍ତି ସୂରଜ ସୂର୍ଯ୍ୟବଂଶୀ । ପ୍ରଚାର ମଇଦାନକୁ ଆଗୁଆ ଓହ୍ଲାଇବା ସହ ଦଳ ଆଗୁଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି 3 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶେଶ୍ବର ଟୁଡ଼ୁ । ଏହାସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ନାଁ ତାଲିକାରେ ରହିଛି । ସେହିପରି ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କେଭି ସିଂଦେଓ, ସୁରମା ପାଢ଼ୀ, ମନମୋହନ ସାମଲଙ୍କ ସମେତ ବିଧାୟକ ମୋହନ ଚରଣ ମାଝୀ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ବୁଧାନ ମୁର୍ମୁ, ଗଣେଶ ରାମ ସିଂ ଖୁଣ୍ଟିଆ ଓ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।

ଏହାବ୍ୟତୀତ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ପ୍ରଭାତୀ ପରିଡା, ପୃଥିବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଖାରବେଳ ସ୍ଵାଇଁ, ବିଭୁ ପ୍ରସାଦ ତରାଇ, ପିତାମ୍ବର ଆଚାର୍ଯ୍ୟ, କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ ଓ ହେମନ୍ତ ପାଢ଼ୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

ଅନ୍ୟପଟେ ବିଜେଡି ମଧ୍ୟ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ଧାମନଗର ଉପନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ 8 ଜଣ ମନ୍ତ୍ରୀଙ୍କୁ ଦଳର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ସାମିଲ ଅଛନ୍ତି ।

ସେହିପରି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ଆକାଶ ଦାସନାୟକ, ପ୍ରଣବ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ, ସୁଲୋତା ଦେଓ, ମଞ୍ଜୁଲତା ମଣ୍ଡଳ, ବିଷ୍ଣୁପଦ ରାଉତରାୟ, ସତ୍ୟବ୍ରତ ତ୍ରିପାଠୀ, ଏଲିନା ଦାସ ଓ ଅରିନ୍ଦମ ରାୟଙ୍କ ନାଁ ତାଲିକାରେ ରହିଛି । ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନର ମୁଖିଆ ଯଥାକ୍ରମେ ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ନାଁ ରହିଛି । ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ନଥିବା ନବୀନ ଭର୍ଚୁଆଲ ପ୍ରଚାର କରିପାରନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଦଳ ପକ୍ଷରୁ ଚୂଡାନ୍ତ ଷ୍ଟାର ପ୍ରଚାରକ ତାଲିକା ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.