ETV Bharat / city

କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ପ୍ରତିକ୍ରିୟା ରଖିଲେ ତିନି ପ୍ରମୁଖ ଦଳ

author img

By

Published : Jan 26, 2021, 4:45 PM IST

ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ନୂଆଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

bjp bjd Cong raction on tractor rally
କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ପ୍ରତିକ୍ରିୟା ରଖିଲେ ତିନି ପ୍ରମୁଖ ଦଳ

ଭୁବନେଶ୍ବର: ଦିଲ୍ଲୀରେ ଚାଲିଥିବା ଟ୍ରାକ୍ଟର ରାଲିକୁ ନେଇ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି । ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ନୂଆଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି ।

ଭାରତ ବର୍ଷର ଚାଷୀ ପାଇଁ ଦେଶ ଓ ରାଜ୍ୟ ସମୃଦ୍ଧ ହୋଇଛି । କୃଷକ ମାନଙ୍କୁ ଛାଡି ଦେଶର ଉନ୍ନତି ହୋଇପାରିବ ନାହିଁ । ଆଜିର ପବିତ୍ର ଦିନରେ ଅନ୍ନଦାତଙ୍କ ଦାବିକୁ ସରକାର ଗ୍ରହଣ କରି ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବେ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ।ସେପଟେ ବିଜେପି କହିଛ ଯେ ଓଡ଼ିଶାର ଚାଷୀ କଷଣ ଭିତରେ ରହିଛି । ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଇବେ ବୋଲି କହିଛନ୍ତି । ସରକାରଙ୍କ ବିନିତ ଅନୁରୋଧ କରୁଛି ମଣ୍ଡିରେ ଧାନ ଉଠେଇ ନିଅନ୍ତୁ। ସେହିପରି କଂଗ୍ରେସ କହିଛି କେନ୍ଦ୍ର ସରକାର ଅହଂକାର ସରକାର ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଛନ୍ତି । 100 ରୁ ଉର୍ଦ୍ଧ୍ବ ମୃତ୍ୟୁ ବରଣ କଲେଣି ପାର୍ଲିଆମେଣ୍ଟ ଆରମ୍ଭ ହେଲ ସରକାରଙ୍କୁ ଘେରିବୁ ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ।

ସୂଚନାଥାଉକି ନୂଆଦିଲ୍ଲୀରେ ଦୀର୍ଘ ଦିନ ଧରି ଚାଲି ରହିଛି କୃଷକ ଆନ୍ଦୋଳନ । ତିନୋଟି କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି 72 ତମ ସାଧାଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.