ETV Bharat / city

House Repairing Aid Politics: ନବୀନ ଓଡିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି - ବିଜେପି ପ୍ରେସମିଟ୍

ବିଭିନ୍ନ ଆବାସ ଯୋଜନା ହିତାଧିକାରୀଙ୍କୁ ଆବାସ ପାଇଁ ମରାମତି ଟଙ୍କା ଦେବାର ଘୋଷଣା କରିବା ଓଡିଶା ଲୋକଙ୍କୁ ଲଣ୍ଠନ ଦେଖାଇବା ସଦୃଶ । ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେପି । ଏଥସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିଲା ଦଳ । ଜାଣନ୍ତୁ କଣ ପ୍ରଶ୍ନ ରଖିଛି ଦଳ ।

ମୁଖ୍ୟମନ୍ତ୍ରୀ ଓଡିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି: ବିଜେପି

author img

By

Published : Dec 22, 2021, 9:35 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ଘର ପକ୍କା ଘର ଯୋଜନାରେ ଆବାସ ପାଇଁ ମରାମତି ଟଙ୍କା ଦେବାର ଘୋଷଣା କରିବା ତାହା ଓଡିଶା ଲୋକଙ୍କୁ ଲଣ୍ଠନ ଦେଖାଇବା ସଦୃଶ । ଯଦି ଆନ୍ତରିକତା ଥିଲା ତେବେ ଆଗରୁ କାହିଁକି ସହୟତା ଦେଉନଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ପକ୍କା ଘର ଯୋଜନାର ହିତାଧିକାରୀ ଏବଂ କେନ୍ଦ୍ର ଯୋଜନାରେ ଘର ପାଇବାରୁ ବଞ୍ଚିତ ହିତାଧିକାରୀଙ୍କୁ ମରାମତି ଅର୍ଥ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଏଭଳି ଭାବେ ସମାଲୋଚନା କରିଛି ବିଜେପି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ କରିଛନ୍ତି । ଯେପରିକି

ମୁଖ୍ୟମନ୍ତ୍ରୀ ଓଡିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି: ବିଜେପି
  • ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରେ 26 ଲକ୍ଷ 55 ହଜାର 857 ଘର ଓଡ଼ିଆ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଘର ଦେଇଛନ୍ତି ନା ନାହିଁ ସ୍ପଷ୍ଟ କରନ୍ତୁ?
  • ଆବାସ ପ୍ଲସ ୱେବସାଇଟରେ ୬ ଥର ସମୟ ସୀମା ବୃଦ୍ଧି ପରେ ବି ହିତାଧିକାରୀ ତାଲିକା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି କି ନାହିଁ ?
  • PMAY ଯୋଜନାରେ ମୋଦି ସିଂହ ଭାଗ ଟଙ୍କା ଦେଉଥିବା ବେଳେ ସେ ଜାଗାରେ ଆପଣ ଅଧିକ ଅର୍ଥ ଦେବା ଦାବି କରିବା କେତେ ଦୂର ଯଥାର୍ଥ ?
  • ଆବାସ ଯୋଜନାରେ 1000 କୋଟି ଟଙ୍କାର ଦୁର୍ନୀତି ହୋଇଛି କି ନାହିଁ ?
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗାଁ ଗହଳିରେ ଚଞ୍ଚକତା କରି ବାଣ୍ଟୁଛନ୍ତି କି ନାହିଁ ?
  • ଘର ବଣ୍ଟନରେ ସ୍ଵଚ୍ଛତା ନେଇ କେତେ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି??
  • ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା 30 ଲକ୍ଷ ହିତାଧିକାରୀ କିଏ ? ତାଙ୍କ ଠିକଣା କ'ଣ, କେଉଁଠୁ ପାଇଲେ ଏମାନଙ୍କୁ ତାହା ସାର୍ବଜନୀନ କରନ୍ତୁ
  • 9ଟି ଜିଲ୍ଲାରେ (ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ଼) ଘର ଆବଣ୍ଟନ ଶୂନ୍ୟ ହୋଇଛି କି ନାହିଁ ?
  • 5ଟି ଜିଲ୍ଲାରେ (ଜଗତସିଂହପୁର, ଗଜପତି, କନ୍ଧମାଳ, ଦେବଗଡ଼, ସୋନପୁର) ଘର ଆବଣ୍ଟନ ମାତ୍ର ଏକ ପ୍ରତିଶତ ହୋଇଛି କି ନାହିଁ ତା ଉତ୍ତର ଦିଅନ୍ତୁ ?
  • ପରିଶେଷରେ 2014 ରେ ବିଜେଡି ଘୋଷଣା କରିଥିଲା 2019 ସୁଦ୍ଧା ସମସ୍ତଙ୍କ ଘରେ ଛାତ ହେବ । ଏବେ 2021 ସରିବାକୁ ହେଲାଣି ହେଲେ ସମସ୍ତଙ୍କ ମୁଣ୍ଡରେ ଛାତ ନାହିଁ । ତେଣୁ ଆପଣଙ୍କ ପ୍ରତିଶ୍ରୁତି ଗଲା କୁଆଡେ ?

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି କିଛ ପ୍ରଶ୍ନ କରିଛି ବିଜେପି । ଏଥିସହ ଏସବୁର ଉତ୍ତର ଦେଇ ସେ ରାଜ୍ୟବାସୀଙ୍କ ଶଙ୍କା ଦୂର କରନ୍ତୁ ବୋଲି କହିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ବିଭିନ୍ନ ପକ୍କା ଘର ଯୋଜନାର ହିତାଧିକାରୀ ଏବଂ କେନ୍ଦ୍ର ଯୋଜନାରେ ଘରେ ପାଇବାରୁ ବଞ୍ଚିତ ହୋଇଥିବା ପରିବାରକୁ ଘର ମରାମତି ପାଇଁ ସରକାର ଅର୍ଥ ପ୍ରଦାନ କରିବେ । ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.