ETV Bharat / city

'ବିଜୁ ଜନତା ଦଳର ନେତା-କର୍ମୀ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି'

ଘସିପୁରାରେ ବୁଥ ରିଗିଂ କରିବା ପାଇଁ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ର ଏବଂ ତାଙ୍କ ପୁଅ ଯୋଜନା କରିଛନ୍ତି । ବାହାରୁ ଗୁଣ୍ତା ଆଣି ନିର୍ବାଚନ ମଣ୍ତଳୀରେ ରଖିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏପଟେ ବିଜେପି ମଧ୍ୟ ସମାନ ବାସ୍ନା ବାରିଛି ।

author img

By

Published : Apr 20, 2019, 10:18 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଉ ଦୁଇଦିନ ପରେ ଅର୍ଥାତ ୨୩ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ । ସବୁ ରାଜନୈତିକ ଦଳଙ୍କ ଟାର୍ଗେଟରେ ଏବେ ଘସିପୁରା ନିର୍ବାଚନ ମଣ୍ତଳୀ । ତେବେ ବୁଥ ଟାମ୍ପରିଂ ହେବାର ସମ୍ଭାବନା ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହୋଇଛନ୍ତି କଂଗ୍ରେସ ଓ ବିଜେପି । କାରଣ ସମ୍ମାନ ପାଇଁ କଂଗ୍ରେସ ଲଢୁଥିବାବେଳେ ବିଜେପି ଲୋକସଭା ଟାର୍ଗେଟ କରିଛି । ଯେଉଁଥିପାଇଁ ଘସିପୁରାକୁ ନେଇ ଜୋର ଧରିଛି ହଟଚମଟ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଗୋଟିଏ ପଟେ ପୁରୁଣା ପ୍ରତିଦ୍ବନ୍ଦୀ ସାମ୍ନାସାମ୍ନି ହେଉଥିବାବେଳେ ଅନ୍ୟପଟେ ବୁଥ ରିଗିଂ ସମ୍ଭାବନାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଘସିପୁରାରେ ବୁଥ ରିଗିଂ କରିବା ପାଇଁ ବିଜେଡି ପ୍ରାର୍ଥୀ ବଦ୍ରୀ ପାତ୍ର ଏବଂ ତାଙ୍କ ପୁଅ ଯୋଜନା କରିଛନ୍ତି । ବାହାରୁ ଗୁଣ୍ତା ଆଣି ନିର୍ବାଚନ ମଣ୍ତଳୀରେ ରଖିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏପଟେ ବିଜେପି ମଧ୍ୟ ସମାନ ବାସ୍ନା ବାରିଛି । ତେଣୁ ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା ସହ ସିଆରପିଏଫ ନିଯୁକ୍ତି କରିବାକୁ ଦାବି କରିଛି ବିଜେପି । ଏହାସହ ଯେଉଁମାନଙ୍କ ନାମରେ ହତ୍ୟା ଭଳି ମାମଲା ଅଛି, ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି ।

ଘସିପୁରାରୁ କ୍ରମାଗତ ଭାବେ ବଡ ବ୍ୟବଧାନରେ ଜିତି ଆସୁଛନ୍ତି ବଦ୍ରି ପାତ୍ର । ତେଣୁ ଏଥର ଯଦି ସେମିତି ହୁଏ, ତାହେଲେ ପିସିସି ସଭାପତି ନିରଞ୍ଜନଙ୍କ ସମ୍ମାନ ଯିବ । ଏପଟେ ବିଜେପି ମଧ୍ୟ ଏହି ଆସନ ଉପରେ ଆଖି ପକାଇଛି । ଯଦି ଘସିପୁରାରେ ଗତ ଥର ନିର୍ବାଚନ ଭଳି ବିଜେଡି ବଡ ବ୍ୟବଧାନରେ ଜିତିବ ତାହେଲେ ସିଧାସଳଖ ଏହାର ପ୍ରଭାବ ଲୋକସଭା ଆସନ ଉପରେ ପଡିବ । ଯାହାକୁ ନେଇ ଦୁଇ ଦଳ ବିଜେପି ଓ କଂଗ୍ରେସ ବଦ୍ରୀ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

see the attachment
visuals 9 shots by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.