ETV Bharat / city

ଆବାସ ଯୋଜନାକୁ ନେଇ ବିଜେଡିକୁ ଘେରିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ବିଜେଡିକୁ ଘେରିଲା ବିଜେପି । କ’ଣ କହିଲା ବିଜେପି ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Feb 15, 2020, 9:07 PM IST

BJP
BJP

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଦେଶର ଗରିବ ଲୋକମାନଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଯାହାକି ଓଡିଶା ସମେତ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ତେବେ ରାଜ୍ୟ ସରକାର ଗତ ଅକ୍ଟୋବର ମାସରେ 12,75000 ହିତାଧିକାରୀଙ୍କୁ ପକ୍କା ଘର ଦେବାକୁ ତାଲିକା ପ୍ରକାଶ କରିଥିଲେ । କିନ୍ତୁ ରାଜ୍ୟ ବିଜେପି ଏଥିରେ ଚଞ୍ଚକତା ହୋଇଥିବା ଅଭିଯୋଗ କରିବା ସହ ଶାସକ ବିଜେଡି ଦଳକୁ ଟାର୍ଗେଟ କରିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡିକୁ ଘେରିଲା ବିଜେପି

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବିଭୂ ତରାଇ ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି, ବିଜେଡି ଦଳ ଦଳୀୟ କର୍ମୀମାନଙ୍କୁ ଏଥିରେ ସୁବିଧା ପ୍ରଦାନ ପାଇଁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କମିଶନ ଗ୍ରହଣ କରି ଏହି ତାଲିକାରେ ନାମ ସଂଯୋଗ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଏହାର ପୁନଃତଦନ୍ତ କରି ଡିସେମ୍ବର 15 ତାରିଖ ସୁଦ୍ଧା ତାଲିକା ପ୍ରକାଶ କରିବାକୁ ସରକାର ନିର୍ଦେଶ ଦେଇଥିଲେ । କିନ୍ତୁ ତାହାବି ସମ୍ଭବ ହୋଇପାରି ନଥିବା ବେଳେ ଫେବ୍ରୁଆରୀ 7 ତାରିଖରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଚିଠି ଲେଖି 10ରୁ 16 ତାରିଖ ମଧ୍ୟରେ ଅଭିଯୋଗ ଗ୍ରହଣ ପାଇଁ ନିର୍ଦେଶ ଦେଇଥିଲେ ।

କିନ୍ତୁ ଆଜି 15 ତାରିଖ ହୋଇଥିଲେ ସୁଦ୍ଧା ସବୁ ପଞ୍ଚାୟତରେ ଏହା କାର୍ଯ୍ୟକାରୀ ହୋଇ ନଥିବା ବିଜେପି ଅଭିଯୋଗ କରିଛି । ଏମିତିକି ଅଭିଯୋଗକାରୀଙ୍କ ଠାରୁ କୌଣସି ପ୍ରକାର ପ୍ରାପ୍ତି ସ୍ବୀକାର, ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ତୃତୀୟ ପକ୍ଷଠାରୁ ଅଭିଯୋଗ ଗ୍ରହଣ ଏବଂ ମୋଟାମୋଟି ଭାବେ ଏହି କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ହୋଇ ନଥିବା ଦଳ ଅଭିଯୋଗ କରିଛି ।

କେବଳ ବିଜେଡିର କର୍ମୀ ଓ ନେତାମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଏପରି ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହେବାର ସମ୍ଭାବନା ଅଛି । ସେହିଦୃଷ୍ଟିରୁ ଏହି ଅଭିଯୋଗ ଦାଖଲ କରିବାର ସମୟ ଏକ ମାସ ବୃଦ୍ଧି କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.