ଭୁବନେଶ୍ବର: କଂଗ୍ରେସ କୁମ୍ଭୀର କାନ୍ଧଣା କାନ୍ଦୁଛି । ତୈଳ ଅର୍ଥନୀତି ସମଗ୍ର ବିଶ୍ଵରେ ଅସୁବିଧା ସ୍ତିତିରେ ଅଛି । ତୈଳ ଅର୍ଥମନ୍ତ୍ରୀ ସଜାଡିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଦର ବଢିବାକୁ ନେଇ ଯେଉଁ ମାନେ ପ୍ରତିବାଦ କରୁଛନ୍ତି ସେମାନେ କମିଲେ ଧନ୍ୟବାଦ ଦେବେକି ବୋଲି ପ୍ରଶ୍ନ କରିଛି ବିଜେପି ।
ତେଣୁ ଆଜି ଅରାଜକତା ସୃଷ୍ଟି କରିବା ଅପେକ୍ଷା କଂଗ୍ରେସ ଦଳ ଯେଉଁ ସ୍ଲୋଗାନ ଦେଇଥିଲା ଗରିବି ହଟାଓ ନାରର ଉତ୍ତର ଦେଶବାସୀଙ୍କୁ ଦେବାର ଅଛି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ସୂଚନା ଅନୁସାରେ ଲଗାତାର ୨୨ଦିନ ପାଇଁ ଦେଶରେ ପେଟ୍ରୋଲ ଡିଜେଲ ଦର ବଢୁଛି । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜଭବନ ଠାରେ କେନ୍ଦ୍ରୀୟ ଗୁଇନ୍ଦା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ