ETV Bharat / city

DGPଙ୍କୁ ଭେଟିଲା BJP: ବିଜେଡି ବିରୋଧରେ ହେଲା ଫେରାଦ

author img

By

Published : Feb 3, 2022, 1:09 PM IST

ନିର୍ବାଚନ ଆସିଲେ ବିଜେଡି ରକ୍ତମୁଖା ହୁଏ । ବିଜେଡି ବିରୁଦ୍ଧରେ ନିର୍ବାଚନୀ ହିଂସା ଅଭିଯୋଗ ଆଣି ଅବାଧ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ଡିଜିପିଙ୍କୁ ଭେଟିଲା ବିଜେପି । ଅଧିକ ପଢନ୍ତୁ

DGPଙ୍କୁ ଭେଟିଲା ବିଜେପି, ବିଜେଡିକୁ ରକ୍ତମୁଖା କହିଲା ଦଳ

ଭୁବନେଶ୍ବର: ନିର୍ବାଚନ ଆସିଲେ ବିଜେଡି ରକ୍ତମୁଖା ହୁଏ । ବିଗତ ନିର୍ବାଚନରେ ଶାସକ ଦଳ ନାଁରେ ଅନେକ ହତ୍ୟା ଅଭିଯୋଗ ରହିଛି । ଗତ ୩୧ ତାରିଖ ସକାଳେ ମାଲକାନାଗିରି 2 ନଂ ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ ମାଡକାମୀଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରି ଜଙ୍ଗଲ ଭିତରକୁ ନେଇଥିଲେ । ତାଙ୍କୁ ମାଡ ଦେବା ସହ ନିର୍ବାଚନରୁ ଓହରିବାକୁ ଧମକାଇଥିଲେ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକଲେ ହତ୍ୟା ଧମକ ଦେଇଥିଲେ । ବିଜେଡି ଏପରି ଅନେକ ପ୍ରାକ୍ ନିର୍ବାଚନୀ ହିଂସାକଣ୍ଡ ଘଟାଉଥିବା ଅଭିଯୋଗ କରି ପୋଲିସ ଡିଜିଙ୍କ ଦ୍ବାରସ୍ଥ ହେଲେ ବିଜେପି ଟିମ୍ ।

ହିଂସାମୁକ୍ତ ନିର୍ବାଚନ ପାଇଁ DGPଙ୍କୁ ଭେଟିଲା ବିଜେପି, ବିଜେଡିକୁ ରକ୍ତମୁଖା କହିଲା ଦଳ

ଶାସକ ଦଳ ବିରୁଦ୍ଧରେ ହତ୍ୟା ଓ ଅପହରଣ ଭଳି ସାଙ୍ଘାତିକ ଅଭିଯୋଗ ଆଣି ନିରପେକ୍ଷ ନିର୍ବାଚନ ଦାବିରେ ଆଜି ପୋଲିସ ମହାନିର୍ଦ୍ଦେଶଙ୍କୁ ଭେଟିଛନ୍ତି ବିଜେପିର ଏକ ଟିମ୍ । ମାଲକାନଗିରିରେ BJP ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସି ଅପହରଣ, ଭଦ୍ରକ ଯୁବ ବିଜେପି ନେତା ସୁବାଶିସ ଗିରିଙ୍କୁ ବିଜେଡି ସରପଞ୍ଚ କର୍ମୀଙ୍କ ହତ୍ୟା ଆଦି ସାଙ୍ଘାତିକ ଅଭିଯୋଗ କରିଛି ବିଜେପି । ଏଥିସହ ରୀନା କାବାସିଙ୍କୁ ଅପହରଣ ମାମଲାରେ ଅଭିଯୁକ୍ତ ହୋମଗାର୍ଡ଼ ସୁଧୀର ସ୍ବାଇଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନିଆଯିବା ନେଇ କ୍ଷୋଭ ପ୍ରକାଶ କରିଛି ।

ନିର୍ବାଚନ ହାରିବା ଭୟରେ ବିଜେଡ଼ି ରକ୍ତମୁଖା ହେଉଛି । ସେ ନିଜ ରକ୍ତମୁଖା ଚରିତ୍ର ଦେଖାଇବ ବନ୍ଦ କରୁ ବୋଲି କହିବା ସହ ଅବାଧ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ଡିଜିପିଙ୍କୁ ସାକ୍ଷାତ କରି ଦାବି କଲା ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.