ETV Bharat / city

ଅର୍ଚ୍ଚନାଙ୍କ ଘରକୁ ଯାଉଥିଲେ ବିଜେଡିର ୨୫ ନେତା !

author img

By

Published : Oct 9, 2022, 6:34 PM IST

Updated : Oct 9, 2022, 8:44 PM IST

ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ପୋଲିସକୁ ବିଜେପିର ଟାର୍ଗେଟ । ରାଜ୍ୟରେ ପୋଲିସ ନିଷ୍କ୍ରିୟ ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର । ଅର୍ଚ୍ଚନାଙ୍କ ଘରକୁ ବିଜେଡିର ୨୫ ନେତା ଯାଉଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂ । ଅଧିକ ପଢ଼ନ୍ତୁ

ଓଡ଼ିଶା ପୋଲିସ ନିଷ୍କ୍ରିୟ, ଅର୍ଚ୍ଚନାଙ୍କ ଘରକୁ ଯାଉଥିଲେ ବିଜେଡିର ୨୫ ନେତା ମନ୍ତ୍ରୀ: ବିଜେପି

ଭୁବନେଶ୍ବର: ଧୀରେ ଧୀରେ ଖୋଲୁଛି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଗୁମର । ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ସହ ଅନେକ ହାଇପ୍ରୋଫାଇଲ ନେତା ପୋଲିସ ଓ ସରକାରୀ ଅଫିସରଙ୍କ ଫଟୋ । ଯାହାକୁ ନେଇ ପାଓ୍ବାର କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏହି ଘଟଣାରେ ଓଡ଼ିଶା ପୋଲିସକୁ ଟାର୍ଗେଟ କରିଛି ବିଜେପି । ସେହିପରି ବିଜେଡିର ୨୫ ନେତା ମନ୍ତ୍ରୀ ଅର୍ଚ୍ଚନାଙ୍କ ଘରକୁ ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜେପି ନେତା ବାବୁ ସିଂ ।

ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ରାଜଧାନୀରୁ ଉଚ୍ଚ ଶିକ୍ଷିତା ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ହୋଇଛନ୍ତି । ପୋଲିସରେ ଅଭିଯୋଗ ପରେ ମାୟାବିନୀ ଅର୍ଚ୍ଚନା ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଏହି ଲେଡି ବ୍ଲାକମେଲର । ଖଣ୍ଡଗିରି ଥାନା ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି ।

ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କାରଣ ରାଜ୍ୟର ଅନେକ ହେଭିୱେଟ ନେତା ବ୍ଲାକମେଲର ଶିକାର ହୋଇଥିବାବେଳେ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ମଧ୍ୟ ଅନେକ ନେତାଙ୍କର ଫଟୋ ଏବେ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ପୋଲିସକୁ ଟାର୍ଗେଟ କରିଛି ବିଜେପି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ରାଜ୍ୟରେ ପୋଲିସ ସମ୍ପୂର୍ଣ୍ଣ ଭାବରେ ନିଷ୍କ୍ରିୟ ହୋଇଛି । ପୋଲିସ କେବଳ ପଲିଟିକାଲ ବସଙ୍କ କଥା ଅନୁସାରେ କାମ କରେ । ଓଡ଼ିଶା ପୋଲିସ ନିଜର ବିବେକ ହରେଇ ସାରିଛି ।" ସେହିଭଳି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, "ବିଜେଡିର ପ୍ରାୟ ୨୫ ଜଣ ମନ୍ତ୍ରୀ ଓ ବିଧାୟକ ଅର୍ଚ୍ଚନାଙ୍କ ଘରକୁ ଯାଆ ଆସ କରୁଥିବା ଆମେ ଜାଣିବାକୁ ପାଇଛୁ । ଅନ୍ୟ ଦଳର ନେତା ସରକାରୀ ଅଫିସର ମଧ୍ୟ ଯାଇଥାଇପାରନ୍ତି । ତେବେ ପୋଲିସ ଉପରେ ବୋଧହୁଏ ମାତ୍ରାଧିକ ଚାପ ରହିଛି । ସାଧାରଣ ଲୋକଙ୍କ ମନକୁ ଏବେ ଆସୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଉ ପୋଲିସ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 9, 2022, 8:44 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.