ETV Bharat / city

କୁହୁଳିଲା ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ: ବିଜେଡିକୁ ଘେରିଲା ବିଜେପି

author img

By

Published : Jan 2, 2020, 7:28 PM IST

ବହୁ ଦିନର ନିରବତା ପରେ ପୁଣିଥରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲା ବିଜେପି । ଗୁରୁବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛି ବିଜେପି । ଅଧିକ ଖବର ପଢନ୍ତୁ...

କୁହୁଳିଲା ସ୍ମିତାରାଣୀ ପ୍ରସଙ୍ଗ: ବିଜେଡିକୁ ଘେରିଲା ବିଜେପି
କୁହୁଳିଲା ସ୍ମିତାରାଣୀ ପ୍ରସଙ୍ଗ: ବିଜେଡିକୁ ଘେରିଲା ବିଜେପି

ଭୁବନେଶ୍ବର: ବହୁ ଦିନର ନିରବତା ପରେ ପୁଣିଥରେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇଲା ବିଜେପି । ଗୁରୁବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛି ବିଜେପି । ଅଢେଇ ମାସ ବିତିଯାଇଥିଲେ ବି ଘଟଣାର ତଦନ୍ତ ଦିଗହରା ବୋଲି ଅଭିଯୋଗ ବାଢିଛି ବିଜେପି ।

କୁହୁଳିଲା ସ୍ମିତାରାଣୀ ପ୍ରସଙ୍ଗ: ବିଜେଡିକୁ ଘେରିଲା ବିଜେପି

ପୋଲିସ ତଦନ୍ତରେ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ପୋଲିସ ତା ହେପାଜତକୁ କାହିଁକି ନେଉନାହିଁ , କେଉଁ ଆଧାରରେ ଏସପି କହିଥିଲେ ସ୍ମିତାରଣୀ ଆତ୍ମହତ୍ୟା କରିଥିଲେ , ବିନା ତଦନ୍ତରେ 2000 ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତିର ବାସ୍ତବତା କୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ପୁଣିଥରେ ଏଘଟଣାରେ ଏସପିଙ୍କ ଉପରକୁ ଅଙ୍ଗୁଳି ଉଠାଇ ତଦନ୍ତକୁ ବାଟବଣା କରିବାକୁ ଯାଇ ରାଜ୍ୟ ସରକାର ତତକାଳିନ ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମାଙ୍କୁ ରାତାରାତି ବଦଳି କରାଗଲା। ହେଲେ କଣ ପାଇଁ ଏସପିଙ୍କୁ ଏଯାଏଁ ବଦଳି କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଘଟଣା ଦିନ ରୂପେଶ ଭଦ୍ରାଙ୍କ ସହ ଆଉ କେଉଁ ଲୋକମାନେ ଥିଲେ ତାଙ୍କୁ କଣ ପାଇଁ ତଦନ୍ତ ପରିସର ଭୁକ୍ତ କରାଯାଇନାହିଁ ତା ସହ ପୁଣିଥରେ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ଲେଖାଶ୍ରୀ।

ସେପଟେ ଲେଖାଶ୍ରୀଙ୍କ ସାମ୍ବାଦିକ ସମ୍ମିଳନୀର କଡା ଜବାବ ରଖିଛି ବିଜେଡି। ଲେଖାଶ୍ରୀ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ। ସେତେବେଳେ ତାଙ୍କୁ ଟିକେଟ ଦିଆଯାଇନଥିଲା। ମାତ୍ର ତାହା ମିଳିନଥିଲା ଯାହା ଫଳରେ ସେ ପ୍ରତିଶୋଧ ପରାୟଣ ହୋଇ ଏପରି କରୁଥିବା ଅଭିଯୋଗ କରିଛି ବିଜେଡି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଯାଜପୁର ପିଇଓ ସ୍ମିତାରଣୀ ମୃତ୍ୟୁ ଘଟଣାରେ ବିଜେପି ବିଜେଡି ମୁଂହାମୁହିଁ।

Body:ପୁଣିଥରେ ସ୍ମିତାରଣୀ ପ୍ରସଙ୍ଗ ଉଠାଇଲା ବିଜେପି।ଗୁରୁବାର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲା ବିଜେପି।ଅଢେଇ ମାସ ବିତିଯାଇଥିଲେ ବି ଘଟଣାର ତଦନ୍ତ ଦିଗହରା,ପୋଲିସ ତଦନ୍ତ ରେ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ପୋଲିସ କସ୍ଟଡି ରେ କାହିଁକି ନେଉନାହିଁ ,କୋଉ ଆଧାରରେ ଏସପି କହିଥିଲେ ସ୍ମିତାରଣୀ ଆତ୍ମହତ୍ୟା କରିଥିଲେ ,ବିନା ତଦନ୍ତରେ ୨୦୦୦ ପୃଷ୍ଠାର ଚାର୍ଜଶୀଟ ପ୍ରସ୍ତୁତିର ବାସ୍ତବତା କୁ ନେଇ ପ୍ରଶ୍ନ କଲେ ଲେଖାଶ୍ରୀ ସମନ୍ତସିଂହର। ପୁଣିଥରେ ଏ ଘଟଣାରେ ଏସପି ଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ ବିଜେପି ନେତ୍ରୀ ଲେଖାଶ୍ରୀ।ତଦନ୍ତ କୁ ବାଟବଣା କରିବାକୁ ରାଜ୍ୟ ସରକାର ପୋଲିସ ମହାନିର୍ଦେଶକ ବିକେ ଶର୍ମା ଙ୍କୁ ତୁରନ୍ତ ବଦଳି କରାଗଲା ହେଲେ କଣ ପାଇଁ ଏସପିଙ୍କୁ ଏଯାଏଁ ବଦଳି କରାଯାଇନାହିଁ।ଘଟଣା ଦିନ ରୂପେଶ ଭଦ୍ରାଙ୍କ ସହ ଆଉ କେଉଁ ଲୋକମାନେ ଥିଲେ ତାଙ୍କୁ କଣ ପାଇଁ ତଦନ୍ତ ପରିସର ଭୁକ୍ତ କରାଯାଇନାହିଁ।ପୁଣିଥରେ ସିବିଆଇ ତଦନ୍ତ ଦାବି ଦୋହରାଇଲେ ଲେଖାଶ୍ରୀ।

ସେପଟେ ଲେଖାଶ୍ରୀଙ୍କ ସାମ୍ବାଦିକ ସମ୍ମିଳନୀର କଡା ଜବାବ ରଖିଲା ବିଜେଡି।ଲେଖାଶ୍ରୀ ୨୦୧୪ ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ।ସେତେବେଳେ ତାଙ୍କୁ ଟିକେଟ ଦିଆଯାଇନଥିଲା।ପୁନର୍ବାର ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ସଂଗଠନ ସମ୍ପାଦକ ,ତୁଷାର ବେହେରା ଏବଂ ଭାଗିରଥି ସେଠୀଙ୍କୁ ଯୋଗାଯୋଗ କରି କହିଥିଲେ ଯେ ସେ ବିଜେପିରେ କୋଣଠେସା ହୋଇ ରହିଛନ୍ତି ,ଦଳ ତାଙ୍କୁ ଅଣଦେଖା କରୁଛି ।ବିଜେପିରେ ତାଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଛି ତେଣୁ ବିଜେଡିରେ ଯୋଗ ଦେଇ ଦଳୀୟ ଟିକେଟ ନେବା ପାଇଁ ଅନୁରୋଧ କରିଥିଲେ ଲେଖାଶ୍ରୀ।ବିଜେଡି ତାଙ୍କର ଅନୁରୋଧ କୁ ପ୍ରତ୍ୟାଖ୍ୟାନ କରିଥିଲା ତେଣୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଅଭିଯୋଗ କରିଆସୁଛନ୍ତି।ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହା ଉପରେ ବାରମ୍ବାର ପ୍ରଶ୍ନ ଉଠାଇବାକୁ ବିଜେଡି ତୀବ୍ର ନିନ୍ଦା କରିବା ସହିତ ଏଭଳି ମନ୍ତବ୍ୟ ଦେବାରୁ କ୍ଷାନ୍ତ ରୁହନ୍ତୁ ବୋଲି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ଼ ସସ୍ମିତ ପାତ୍ର କହିଛନ୍ତି। ଏହା ଉପରେ ରାଜନୀତିକରଣ କରା ନଯାଉ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.