ଭୁବନେଶ୍ବର: ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ। ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ନେତା । ଗାନ୍ଧୀ ଜୟନ୍ତୀଠୁ ମାସେ ବ୍ୟାପି ଚାଲିବାକୁ ଥିବା ବିଜେଡ଼ିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ମାସ୍କ ପିନ୍ଧିବା, ହାତ ଧୋଇବା ,ସମଦୂରତା ରକ୍ଷା କରିବା ଭଳି କୋଭିଡ଼ ସମ୍ପର୍କରେ ଲୋକଙ୍କୁ ସଚେତନକରିବେ ନେତା ଓ କର୍ମୀ । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁପ ପଟ୍ଟନାୟକ,ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ସୁଲତା ଦେଓ, ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ନେତା ଉପସ୍ଥିତ ଥିଲେ । ସୂଚନାନୁସାରେ, ବିଜେଡିର ସମସ୍ତ ସାସଂଦ ବିଧାୟକ ଜିଲ୍ଲା ସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ସ୍ତରୀୟ କର୍ମକର୍ତ୍ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ।
କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ୧ମାସ ଧରି ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ କରିବା ପାଇଁ ଚିଠିରେ ନବୀନ ଲେଖିଥିଲେ । ସାମାଜିକ ଦୂରତା ମାସ୍କ ପିନ୍ଧିବା ଆଦି କୋଭିଡ ନିୟମ ବିଷୟରେ ସଚେତନ କରିବା ପାଇଁ ନବୀନ କହିଥିଲେ । ଏହାସସ ପ୍ଲାଜମା ଦାନ, ରକ୍ତ ଦାନ, ମୃତକଙ୍କ ଶବ ସତ୍କାର କରିବା ପାଇଁ ଓଡିଶା ମୋ ପରିବାର ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ମାସେ ଧରି ଚାଲିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ