ETV Bharat / city

Covid Scare: ପ୍ରମିଳାଙ୍କ ସମ୍ବେଦନହୀନ ମନ୍ତବ୍ୟ

ମୁଣ୍ଡ ଉପରେ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଘୁଞ୍ଚାଇବା ବାବଦରେ ବିଚାର ବିମର୍ଷ କରିବା ଲାଗି ସରକାରଙ୍କୁ ବିରୋଧୀ ଦଳ ଆହ୍ବାନ କରିଛନ୍ତି । ତେବେ କୋଭିଡକୁ ନେଇ ଏବେ ସମ୍ବେଦନହୀନ ମନ୍ତବ୍ୟ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

author img

By

Published : Jan 3, 2022, 10:47 PM IST

Pramila Mallick
Pramila Mallick

ଭୁବନେଶ୍ବର: ମୁଣ୍ଡ ଉପରେ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏହାରି ଭିତରେ କୋଭିଡର କାୟା ବଢିବାରେ ଲାଗିଛି । ଏହାକୁ ନେଇ ଚିନ୍ତାରେ ନେତା ଓ ଜନତା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଘୁଞ୍ଚାଇବା ବାବଦରେ ବିଚାର ବିମର୍ଷ କରିବା ଲାଗି ସରକାରଙ୍କୁ ବିରୋଧୀ ଦଳ ଆହ୍ବାନ କରିଛନ୍ତି । ତେବେ କୋଭିଡକୁ ନେଇ ଏବେ ସମ୍ବେଦନହୀନ ମନ୍ତବ୍ୟ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ।

ପ୍ରମିଳା କହିଛନ୍ତି , ପଞ୍ଚାୟତ ନିର୍ବାଚନ ପରି ଦଳ ପୌର ନିର୍ବାଚନ ଲାଗି ମଧ୍ୟ ପ୍ରସ୍ତୁତ ଅଛି । ସବୁ ନିର୍ବାଚନକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ । ଯଦି କୋଭିଡ ବଢୁଛି ତେବେ ଉତ୍ତର ପ୍ରଦେଶ ନିର୍ବାଚନ ବନ୍ଦ କରିଦେଲେ ଭଲ ହୁଅନ୍ତା । ସେଇଆଡୁ କୋରନା, ଇଆଡକୁ ଆସୁଛି । ଦିଲ୍ଲୀ ଆଡୁ ଆସୁଛି । ଉତ୍ତର ପ୍ରଦେଶ ନିର୍ବାଚନ ବନ୍ଦ କରି ଓଡିଶାରେ ନିର୍ବାଚନ ବନ୍ଦ କଲେ ଭଲ ହୁଅନ୍ତା । ଉତ୍ତର ପ୍ରଦେଶରେ ବିରାଟ ବିରାଟ ରାଲି ହେଉଛି । ନିର୍ବାଚନ ମଧ୍ୟ ହେବ । ଓଡିଶାର ପଞ୍ଚାୟତ ନିର୍ବାଚନ ଲାଗି କାହିଁ ବ୍ୟସ୍ତ ହେଉଛନ୍ତି ବିରୋଧୀ । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଜିତି ପାରିବେ ନାହିଁ । ସେମାନଙ୍କର ତୃଣମୂଳ ସ୍ତରରେ ସଂଗଠନ ନାହିଁ । ତେଣୁ ନିର୍ବାଚନ ବନ୍ଦ କରି ସରକାରଙ୍କୁ ବଦନାମ କରିବାକୁ ବିରୋଧୀ ଚାହୁଁଛନ୍ତି । ସରକାର ଯେତେବେଳେ ପ୍ରସ୍ତୁତ ନିର୍ବାଚନ ନୀତି ନିୟମ ଅନୁସାରେ ଯେଉଁ ସମୟରେ ହେବା କଥା ହେବ ବୋଲି ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.