ETV Bharat / city

BJD Youth Wing Conference: ବିଜେଡି ଯୁବ ଓ ଛାତ୍ର ସଂଗଠନ ସମ୍ମିଳନୀ, ସରକାରୀ ଯୋଜନା ଲୋକଙ୍କ ପାଖରେ ପହଁଚାଇବାକୁ ଆହ୍ୱାନ - ଶପଥ ନେଲେ ବିଜେଡି ଯୁବନେତା

ଭୁବନେଶ୍ବର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଏନେଇ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ବରିଷ୍ଠ ନେତା କାର୍ଯ୍ୟକ୍ରମରେ ସାମିଲ ହୋଇ ଯୁବ ଓ ଛାତ୍ର ନେତା ଙ୍କୁ ଆଗାମୀ ଦିନରେ ଦଳ କିପରି ସଶକ୍ତ ହୋଇପାରିବ ସେ ନେଇ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

BJD youth and studen
BJD youth and studen
author img

By

Published : Dec 17, 2021, 4:28 PM IST

Updated : Dec 17, 2021, 5:40 PM IST

ଭୁବନେଶ୍ବର: ଭୁବନେଶ୍ବର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ବରିଷ୍ଠ ନେତା କାର୍ଯ୍ୟକ୍ରମରେ ସାମିଲ ହୋଇ ଯୁବ ଓ ଛାତ୍ର ନେତା (Student and Youth Leader of BJD)ଙ୍କୁ ଆଗାମୀ ଦିନରେ ଦଳ କିପରି ସଶକ୍ତ ହୋଇପାରିବ ସେ ନେଇ ପରାମର୍ଶ ଦେଇଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଯୁବ ଓ ଛାତ୍ରଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ଏହା ସହ ରାଜ୍ୟ ସରକାରଙ୍କ ଯୋଜନା ଯେପରି ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ସେ ନେଇ ଶପଥ ପାଠ କରାଇଛନ୍ତି ।

ନିର୍ବାଚନ ପୂର୍ବରୁ ଯୁବ ଓ ଛାତ୍ର ସଂଗଠନକୁ ଶପଥ ପାଠ କରାଇଲେ ବିଜେଡି

ନେତୃତ୍ବ ସମ୍ମିଳନୀ ଜରିଆରେ ପୌର ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଆଗାମୀ ପଞ୍ଚାୟତ ଓ ନିର୍ବାଚନ ପରିପ୍ରେକ୍ଷୀରେ ଛାତ୍ର ଓ ଯୁବକଙ୍କୁ ପ୍ରସ୍ତୁତ କରିବ ଦଳ । ଓ୍ବାର୍ଡ ଗୁଡିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ ଛାତ୍ର ଓ ଯୁବ ନେତା । ସେନେଇ ବରିଷ୍ଠ ନେତା ସମ୍ମିଳନୀରେ ସାମିଲ ହୋଇ ମନ୍ତ୍ର ଦେଇଛନ୍ତି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଘରେ ଘରେ ପହଞ୍ଚିବ । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା । ଭୁବନେଶ୍ବର ସାଂଗଠନିକ ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀରେ ଶପଥ ନେଇଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ବିଧାୟକ ଅନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ । କାର୍ଯ୍ୟକ୍ରମରେ ଭୁବନେଶ୍ବର ଶତାଧିକ ଯୁବ ଓ ଛାତ୍ର କର୍ମୀ ଯୋଗ ଦେଇ ଶପଥ ପାଠ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 17, 2021, 5:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.