ETV Bharat / city

ନବୀନ ବ୍ରିଗେଡ଼ର ବମ୍ପର ବିଜୟ: ଗ୍ରାମାଞ୍ଚଳ ପରି ସହରାଞ୍ଚଳ ଦଖଲ କଲା ବିଜେଡି - ନବୀନ ବ୍ରିଗେଡ଼ର ବମ୍ପର ବିଜୟ

ଗ୍ରାମାଞ୍ଚଳ ପରି ସହରାଞ୍ଚଳ ଦଖଲ କରିଛି ବିଜୁ ଜନତା ଦଳ । ସହରୀ ଭୋଟରଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି । 3 ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ବିଜେଡି ଖାତାକୁ ଯାଇଛି । ସହରାଞ୍ଚଳରେ ସର୍ବାଧିକ 73ଟି ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିଛି । ସେହିପରି ବିଜେପି ଖାତାକୁ ଯାଇଛି 16ଟି । କଂଗ୍ରେସ ନଜର ଦବଦବା ୭ଟି ସହରାଞ୍ଚଳରେ ଦେଖାଇଛି । ଅନ୍ୟମାନଙ୍କୁ 9ଟି ଆସନ ମିଳିଛି । ଅଧିକ ପଢନ୍ତୁ

ନବୀନ ବ୍ରିଗେଡ଼ର ବମ୍ପର ବିଜୟ; ଗ୍ରାମାଞ୍ଚଳ ପରି ସହରାଞ୍ଚଳ ଦଖଲ କଲା ବିଜେଡି

author img

By

Published : Mar 26, 2022, 9:49 PM IST

ଭୁବନେଶ୍ବର : ଗାଁ ପରେ ସହରରେ ବି ଉଡିଲା ବିଜେଡିର ବିଜୟ ବାନା । ପ୍ରାୟ 90 ପ୍ରତିଶତ ପଞ୍ଚାୟତରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବେ ବିଜେଡି ପୌରରେ ବି ସମାନ ସଫଳତା ଦୋହରାଇଛି । ନବୀନ ବ୍ରିଗେଡ ଖାତାକୁ ସର୍ବାଧିକ 73ଟି ଅଧ୍ୟକ୍ଷ ପଦ ଯାଇଥିବାବେଳେ ବିଜେପିକୁ 16ଟି, କଂଗ୍ରେସକୁ 7ଟି ଓ ଅନ୍ୟମାନଙ୍କୁ 9ଟି ଆସନ ମିଳିଛି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । ସେହିପରି 3 ମେୟର ପଦ ବିଜେଡି ଖାତାକୁ ଯାଇଛି ।

ନବୀନ ବ୍ରିଗେଡ଼ର ବମ୍ପର ବିଜୟ; ଗ୍ରାମାଞ୍ଚଳ ପରି ସହରାଞ୍ଚଳ ଦଖଲ କଲା ବିଜେଡି
ନବୀନ ବ୍ରିଗେଡ଼ର ବମ୍ପର ବିଜୟ; ଗ୍ରାମାଞ୍ଚଳ ପରି ସହରାଞ୍ଚଳ ଦଖଲ କଲା ବିଜେଡି

ପୌର ଫାଇଟ୍‌ରେ ବିଜେଡିକୁ ମିଳିଛି ବଡ଼ ବିଜୟ । 108 ପୌରାଞ୍ଚଳ ମଧ୍ୟରୁ ବିଜେଡି 95ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । କଂଗ୍ରେସ 4ଟି, ବିଜେପି 6ଟି ଓ ସ୍ବାଧୀନ 3ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ପାଇଛନ୍ତି । 21ଟି ପୌରାଞ୍ଚଳରେ ବିଜେଡିର ଅଧିକ ସଦସ୍ୟ ବିଜୟୀ ହୋଇଥିଲେ ମଧ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ । 88 ପ୍ରତିଶତ ଆସନରେ ବିଜେଡିକୁ ସଫଳତା ମିଳିଛି । କଂଗ୍ରେସକୁ 3.5, ବିଜେପି 5.5 ଓ ସ୍ବାଧୀନ 3 ପ୍ରତିଶତ ଆସନରେ ସଫଳତା ପାଇଛନ୍ତି ।

ନବୀନ ବ୍ରିଗେଡ଼ର ବମ୍ପର ବିଜୟ: ଗ୍ରାମାଞ୍ଚଳ ପରି ସହରାଞ୍ଚଳ ଦଖଲ କଲା ବିଜେଡି

ମୋଟ 1889 କାଉନସିଲର ଓ କର୍ପୋରେଟର ପଦ ପାଇଁ ନିର୍ବାଚନ ହୋଇଥିଲା । 1289 ରୁ ଅଧିକ ଆସନରେ ବିଜୟୀ ହୋଇଛି ବିଜେଡି । ସେହିପରି ବିଜେପିକୁ 312ରୁ ଅଧିକ ଓ କଂଗ୍ରେସକୁ 144ରୁ ଅଧିକ ଆସନ ମିଳିଛି । 136ରୁ ଅଧିକ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ହାତେଇଥିବା ଅଧ୍ୟକ୍ଷ ପଦରୁ 21ଟି ପୌରାଞ୍ଚଳରେ ବିଜେଡି ଅଧିକ ସଂଖ୍ୟକ ଓ୍ବାର୍ଡ ଜିତିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.