ବ୍ରଜରାଜନଗର ଉପନିର୍ବାଚନ: ବିଜେଡିର ବିଜୟ ସୁନିଶ୍ଚିତ କହିଲେ ନବ ଦାସ - ଉପ-ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ
ଆଗକୁ ବ୍ରଜରାଜନଗର ଉପ-ନିର୍ବାଚନ। ବିଜେଡି ଟିକେଟ କିଏ ପାଇବ ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଟିକେଟ ଯିଏ ପାଉ ନା କାହିଁକି ବିଜେଡିର ବିଜୟ ସୁନିଶ୍ଚିତ । ଅଧିକ ପଢନ୍ତୁ

ସମ୍ବଲପୁର: ଆଗକୁ ବ୍ରଜରାଜନଗର ଉପ-ନିର୍ବାଚନ । ବିଜେଡି ଟିକେଟ କିଏ ପାଇବ ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଟିକେଟ ଯିଏ ପାଉ ନା କାହିଁକି ବିଜେଡିର ବିଜୟ ସୁନିଶ୍ଚିତ । ସମ୍ବଲପୁରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଉପ-ନିର୍ବାଚନରେ ବିଜେଡିର ବିଜୟ ଶତ ପ୍ରତିଶତ ଥିବାର ରେକର୍ଡ ରହିଛି । ତେଣୁ ଆଗାମୀ ବ୍ରଜରାଜନଗର ଉପ-ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ। ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ବ୍ରଜରାଜନଗର ବାସିନ୍ଦା ତାଙ୍କୁ ନିଶ୍ଚୟ ଆଶୀର୍ବାଦ କରିବେ। ଗତ ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିପୁଳ ବିଜୟ ହୋଇଥିଲା।
ଆଉ ଆଗାମୀ ଉପ-ନିର୍ବାଚନ ପୁଣି ବିଜେଡି ଏହି ସଫଳତା ଦୋହରାଇବ ବୋଲି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଆସନ୍ତା ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଯିଏ ହେଉନା କାହିଁକି ତାଙ୍କୁ ଆମେ ଜିତେଇବୁ ବୋଲି କହିଛନ୍ତି ନବ ଦାସ ।
ସମ୍ବଲପୁରରୁ ନବ ଦାସ, ଇଟିଭି ଭାରତ