ETV Bharat / city

ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା କରିବନି ବିଜେଡି, ପାଳନ କରିବ ସେବା ମାସ

author img

By

Published : Oct 1, 2021, 6:26 PM IST

ପ୍ରତିବର୍ଷ ପରି ଚଳିତ ବର୍ଷ ବିଜୁ ଜନତା ଦଳ ଗାନ୍ଧୀ ଜୟନ୍ତୀରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଆୟୋଜନ କରିବ ନାହିଁ ଦଳୀୟ ପଦଯାତ୍ରା ତଥା ଜନ ସମ୍ପର୍କ ଯାତ୍ରା । ଦଳୀୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅଧିକ ପଢନ୍ତୁ...

v
Bjd will not Padayatra

ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତ ବର୍ଷ ବିଜୁ ଜନତା ଦଳ ଗାନ୍ଧୀ ଜୟନ୍ତୀରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଆୟୋଜନ କରିବ ନାହିଁ ଦଳୀୟ ପଦଯାତ୍ରା ତଥା ଜନ ସମ୍ପର୍କ ଯାତ୍ରା । ଦଳୀୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ବିଜେଡି କରିବ ନାହିଁ ପଦଯାତ୍ରା; ପାଳନ କରିବ ସେବା ମାସ

ଆଜି(ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମୀର କହିଛନ୍ତି ବିଜେଡି ଗାନ୍ଧୀ ଜୟନ୍ତୀରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା କରିଥାଏ । କିନ୍ତୁ ଚଳିତ ବର୍ଷ ମହାମାରୀ ଓ କଟକଣା ପାଇଁ ପଦଯାତ୍ରା ହେବ ନାହିଁ । ପ୍ରତିବଦଳରେ ଦଳ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଏକମାସ ଧରି (ଅକ୍ଟୋବର ୨ ରୁ ନଭେମ୍ବର ୨ ) ପର୍ଯ୍ୟନ୍ତ ସେବା ମାସ ପାଳନ କରିବ । ଏହା ସାରା ରାଜ୍ୟରେ ଦଳର ବିଧାୟକ, ସାଂସଦ ଓ ନେତା କର୍ମୀ ପାଳନ କରିବେ ବୋଲି ସମୀର କହିଛନ୍ତି ।

ଏହି ସମୟରେ ଦଳ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରିବ । ମେଗା ରକ୍ତଦାନ ଶିବିର, ଶ୍ରମଦାନ, ରାସ୍ତା, ଖେଳ ପଡିଆ, ଚିକିତ୍ସାଳୟ ସ୍କୁଲ କଲେଜ ସଫେଇ କରାଯିବ । ମନ୍ଦିର ପରିସର ସଫେଇ ସହ ସୌନ୍ଦର୍ଯ୍ୟକରଣ କରିବ ଦଳ । ଏହି ସମସ୍ତ କାର୍ଯ୍ୟକ୍ରମରେ ଦଳର ଛାତ୍ର ଶାଖା, ଯୁବ ଶାଖା, ମହିଳା ଶାଖା ପ୍ରମୁଖ ଭୂମିକା ନେବେ । ଏତତ ବ୍ୟତୀତ ଦଳ ଭିନ୍ନ ଭିନ୍ନ ସେବା କାର୍ଯ୍ୟକ୍ରମ କରିବ ବୋଲି ସମୀର କହିଛନ୍ତି । ଏହାବାଦ ୧୮ ତାରିଖରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିବ ଦଳ ।

ସେହିପରି ସମୀର କହିଛନ୍ତି ବିଜୁ ଜନତା ଦଳ ବର୍ତ୍ତମାନ ଏକ ରାଜନୈତିକ ଦଳ ଖାଲି ନୁହେଁ ବରଂ ସେବା କ୍ଷେତ୍ରରେ ମଧ୍ୟ ରାଜ୍ୟବାସୀଙ୍କ ନିକଟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.