ETV Bharat / city

ମାର୍ଚ୍ଚ 5ରୁ ଅପ୍ରେଲ 17 ଯାଏ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରିବ ବିଜେଡି - ବିଧାୟକ ପ୍ରଣବ ବଲବନ୍ତରାୟ

ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା କରିବ ଯୁବ ଓ ଛାତ୍ର ବିଜେଡି । ସେପଟେ ମାର୍ଚ୍ଚ 5ରୁ ଅପ୍ରେଲ 17 ଯାଏ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯିବ ବୋଲି ଦଳ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଯୁବ ଓ ଛାତ୍ର ବିଜେଡି
ଯୁବ ଓ ଛାତ୍ର ବିଜେଡି
author img

By

Published : Mar 3, 2021, 10:58 AM IST

ଭୁବନେଶ୍ବର: ମାର୍ଚ୍ଚ 5 ତାରିଖରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ କଟକସ୍ଥିତ ବାସଭବନ ଆନନ୍ଦ ଭବନଠାରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ବର ବିମାନବନ୍ଦର ବିଜୁ ପଟ୍ଟନାୟକ ପ୍ରର୍ତିମୂର୍ତ୍ତୀ ପର୍ଯ୍ୟନ୍ତ ଯିବ ବୋଲି ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି ।

ଯୁବ ଓ ଛାତ୍ର ବିଜେଡି

ଏଥିରେ ହଜାର ହଜାର ଯୁବକ ଓ ଛାତ୍ର ଯୋଗ ଦେବା ସହ ସାଇକେଲ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ସେ ଆହ୍ବାନ କରିଛନ୍ତି । ଏଥି ସହ ମାର୍ଚ୍ଚ 5 ଜନ୍ମ ଜୟନ୍ତୀ ଠାରୁ ଅପ୍ରେଲ 17 ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ ଜଣାଇଛନ୍ତି ।

ବୁଧବାର ଏନେଇ ସେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହିତ ଛାତ୍ର ସଭାପତି ଦେବୀ ପ୍ରସାଦ ତ୍ରିପାଠୀ, ଯୁବ ବ୍ୟାପାର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଲବନ୍ତରାୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.