ଭୁବନେଶ୍ବର: ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଏହାକୁ 16ଟି ବିପକ୍ଷ ଦଳ ବର୍ଜନ କରିବା ନେଇ ଘୋଷଣା କରିଥିବା ବେଳେ ଏଥିରେ ବିଜେଡି ଯୋଗ ଦେବା ନେଇ ସ୍ପଷ୍ଟ କରିଛି । ଏନେଇ ଦଳର ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି । ଦଳ ଯୋଗ ଦେବା ସହ ଗୃହରେ ବିଭିନ୍ନ ସମସ୍ୟା ମଧ୍ୟ ଉଠାଇବା ନେଇ ସସ୍ମିତ ସୂଚନା ଦେଇଛନ୍ତି ।
ଶୁକ୍ରବାର ଠାରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ କେନ୍ଦ୍ର ଦ୍ବରା ପାରିତ ହୋଇଥିବା 3ଟି କୃଷି ଆଇନକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣକୁ 16ଟି ବିପକ୍ଷ ଦଳ ଏହାକୁ ବର୍ଜନ କରିବେ ବୋଲି ମଧ୍ୟ ଘୋଷଣା କରିସାରିଛନ୍ତି ।
କଂଗ୍ରେସ, ତୃଣମୂଳ କଂଗ୍ରେସ, ଶିବସେନା, ଅକାଳୀ ଦଳ, ଆମ ଆଦମୀ ପାର୍ଟି, ଏନସିପି ସମେତ 16 ବିରୋଧୀ ଦଳ ଏହି ସମ୍ବୋଧନ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିସାରିଛନ୍ତି ।
ତେବେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିଜେଡି ଯୋଗ ଦେବା ନେଇ ସ୍ପଷ୍ଟ କରିଛି । ତେବେ ଦଳ ଗୃହରେ କେଉଁ ସବୁ ପ୍ରସଙ୍ଗ ଉଠାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ