ETV Bharat / city

ରାଜ୍ୟକୁ ସୁପ୍ରିମକୋର୍ଟଙ୍କ କୋଭିଡ ମୁକାବିଲା ରିପୋର୍ଟ ତଲବ, ସ୍ବାଗତ କଲା ବିଜେଡି

author img

By

Published : Apr 28, 2021, 7:25 PM IST

କୋରୋନା ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବକୁ ସ୍ବାଗତ କଲା ବିଜେଡି । ଅଧିକ ପଢନ୍ତୁ....

ରାଜ୍ୟକୁ ସୁପ୍ରିମକୋର୍ଟଙ୍କ କୋଭିଡ ମୁକାବିଲା ରିପୋର୍ଟ ତଲବ, ସ୍ବାଗତ କଲା ବିଜେଡି
ରାଜ୍ୟକୁ ସୁପ୍ରିମକୋର୍ଟଙ୍କ କୋଭିଡ ମୁକାବିଲା ରିପୋର୍ଟ ତଲବ, ସ୍ବାଗତ କଲା ବିଜେଡି

ଭୁବନେଶ୍ବର: କୋରୋନା ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶକୁ ସ୍ବାଗତ କରିଛି ବିଜେଡି । ଏହି ପ୍ରସଙ୍ଗ ଉପରେ କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତ ଦଳୀୟ ବିଧାୟକ ପ୍ରତାପ ଦେବ । ପ୍ରତାପ କହିଛନ୍ତି କୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ କୋଭିଡ ମୁକାବିଲାରେ ପାରଦର୍ଶିତା ଆସିପାରିବ ।

ଦେଶରେ ଦେଖାଯାଇଥିବା କୋରୋନା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତେବେ ପ୍ରତାପ କହିଛନ୍ତି କୋର୍ଟଙ୍କର ଏପର ନିର୍ଦ୍ଦେଶ ସ୍ବାଭାବିକ କଥା । କେନ୍ଦ୍ର ଓ ରାଜ୍ୟ ଉଭୟ ମହାମାରୀର ମୁକାବିଲା କରୁଛନ୍ତି । ଦେଶର ଏବେ ମହାମାରୀର ଯେଉଁ ସ୍ଥିତି କୋର୍ଟ କେମିତି ଚୁପ ରହିବେ । ଦେଶ ଓ ରାଜ୍ୟର କୋଭିଡ ସ୍ଥିତି ବାବଦରେ ଆମ ବିଚାର ବ୍ୟବସ୍ଥା ଜାଣିବା ସମ୍ପୂର୍ଣ୍ଣ ଅଧିକାର ରହିଛି ।ତେଣୁ ରାଜ୍ୟଙ୍କୁ ଏ ନେଇ ସୁପ୍ରିମକୋର୍ଟ ରିପୋର୍ଟ ମାଗିବା ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ ।

ଏପରି ହେବା ଦ୍ବାରା କେଉଁ ରାଜ୍ୟ କିପରି ମହାମାରୀ ପରିଚାଳନା ଓ ମୁକାବିଲା କରୁଛନ୍ତି ତାହା କୋର୍ଟଙ୍କ ଜରିଆରେ ସାମ୍ନାକୁ ଆସିବ । କେନ୍ଦ୍ର ଓ ରାଜ୍ୟ କେହି ନିଜ ଦାୟିତ୍ବରୁ ଓହରି ପାରିବେ ନାହିଁ । ବାସ୍ତବ ଚିତ୍ର ବାବଦରେ ସମସ୍ତଙ୍କର ଜାଣିବାର ଅଧିକାର ଅଛି ବୋଲି କହିଛନ୍ତି ପ୍ରତାପ ଦେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.