ETV Bharat / city

ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, 50% ସଂରକ୍ଷଣ ସୀମା ହଟାଇବାକୁ ଦାବି

author img

By

Published : Aug 11, 2021, 4:00 PM IST

Updated : Aug 11, 2021, 4:51 PM IST

ସଂସଦରେ ଓବିସି ବିଲ୍‌ ପାରିତ ହେବା ପରେ ପଶାପାଲିରେ ଗୋଟି ଚାଳନା କରିଛି ବିଜୁ ଜନତା ଦଳ । ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଗୃହମନ୍ତ୍ରୀଙ୍କୁ ବିଜେଡି ସାଂସଦ ଜଣାଇଛନ୍ତି ଦାବି । ଅଧିକ ପଢନ୍ତୁ...

ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, 50% ସଂରକ୍ଷଣ ସୀମା ହଟାଇବାକୁ ଦାବି
ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, ୫୦% ସଂରକ୍ଷଣ ସୀମା ହଟାଇବାକୁ ଦାବି

ଭୁବନେଶ୍ବର: ଲୋକସଭାରେ ନିର୍ବିରୋଧ ଭାବେ ପାରିତ ହୋଇଛି ପଛୁଆ ବର୍ଗ (ଓବିସି) ସମ୍ବନ୍ଧିତ 'ସମ୍ବିଧାନର(127 ତମ ସଂଶୋଧନ) ବିଧେୟକ । ଏହି ବିଧେୟକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜ ଓବିସି ଲିଷ୍ଟ ପ୍ରସ୍ତୁତ କରିବାର ଦେବ ଅଧିକାର । ଲୋକସଭାରେ 127 ତମ ସମ୍ବିଧାନ ସଂଶୋଧନ ବିଲ ପାରିତ ହେବା ଏକ ବଡ ପଦକ୍ଷେପ କୁହାଯାଇପାରେ । ହେଲେ ଏପେଟେ ସଂସଦରେ ବିଲ୍‌ ପାରିତ ହେବା ପରେ ପଶାପାଲିରେ ଗୋଟି ଚାଳନା କରିଛି ବିଜୁ ଜନତା ଦଳ ।

ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, 50% ସଂରକ୍ଷଣ ସୀମା ହଟାଇବାକୁ ଦାବି
ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, 50% ସଂରକ୍ଷଣ ସୀମା ହଟାଇବାକୁ ଦାବି

ବିଧେୟକ ପାରିତ ହେବା ଅବସରରେ ସଂରକ୍ଷଣର ସୀମା ୫୦ ପ୍ରତିଶତରୁ ବୃଦ୍ଧି କରିବା ପାଇଁ ମଧ୍ୟ ସଂସଦରେ ଦାବି ଉପସ୍ଥାପନ ହୋଇଥିଲା । ଏବେ ଏହି ଦାବିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଗୃହମନ୍ତ୍ରୀଙ୍କୁ ବିଜେଡି ସାଂସଦ ଜଣାଇଛନ୍ତି ଦାବି । ଏହାସହିତ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି ସାଂସଦ ।

ପୂର୍ବରୁ ମଧ୍ୟ ଓବିସି ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲା ବିଜେଡି । ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଉଠାଇଥିଲେ ଏହି ଦାବି । ତେବେ ଦୀର୍ଘ ଦିନ ଧରି ଅଟକିଥିବା ଏହି ଦାବିକୁ ପୁରଣ କରିଛନ୍ତି କେନ୍ଦ୍ର ସରକାର । ମାତ୍ର ବିରୋଧୀ ଏତିକିରେ ସନ୍ତୁଷ୍ଟ ହୋଇନାହାଁନ୍ତି । ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଏବେ ପାଲଟିଛି ମୁଖ୍ୟ ଦାବି । ଆଉ ଏହି ଦାବିକୁ ଆଗାମୀ ଦିନରେ ଜୋରଦାର କରିବ ବିଜେଡି ।

ସଂସଦରେ ବିଧେୟକ ପାରିତ ହେବାର ଗୋଟିଏ ଦିନ ପରେ ଆରମ୍ଭ ହୋଇଯାଇଛି ଅସଲ ରାଜନୀତି । ସଂସଦରୁ ବିଧେୟକ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ବିଜେଡି ସାଂସଦ ।

ସାମ୍ବିଧାନିକ ବେଞ୍ଚର ଧାର୍ଯ୍ୟ ନିୟମ ଅନୁଯାୟୀ ଦେଶରେ ସର୍ବୋଚ୍ଚ ସଂରକ୍ଷଣ ସୀମା ରହିଛି ୫୦ ପ୍ରତିଶତ । ଓଡିଶାରେ ଅନୁସୂଚିତ ଜାତି ଜନଜାତି ସହ ଅନ୍ୟାନ୍ୟ ବର୍ଗକୁ ମିଶାଇଲେ ୩୯ ପ୍ରତିଶତ ଟପିଯାଉଛି ସଂରକ୍ଷଣ ସୀମା । ହେଲେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଇ ଭୋଟ ବ୍ୟାଙ୍କ୍‌ର ଏକ ବଡ ଅଂଶ ହାତେଇବାକୁ ଚାହୁଁଛି ବିଜେଡି । ହେଲେ ୫୦ ପ୍ରତିଶତ ସୀମା ନହଟିଲେ ରାଜ୍ୟରେ ଓବିସିଙ୍କୁ ମିଳିବ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ । ଏଭଳିସ୍ଥିତିରେ ଓବିସିଙ୍କୁ କିପରି ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇପାରିବ, ସେନେଇ ବିଜେଡି ଅଙ୍କ କଷିବାରେ ଲାଗିଛି ।

ବିଜେଡି ଯଦି ଆଗାମୀ ଦିନରେ ଏହି ଦାବିକୁ ପ୍ରସଙ୍ଗ କରି ରାଜନୀତି କରେ ତେବେ କେନ୍ଦ୍ର ସମୀକରଣରେ ଗୋଳମାଳ ହୋଇଯିବ ସବୁ ସମୀକରଣ । ଏଭଳିସ୍ଥିତିରେ କେନ୍ଦ୍ର ନବୀନଙ୍କ କାର୍ଡକୁ କିଭଳି ଗ୍ରହଣ କରୁଛି ତାହା ଆଗାମୀ ସମୟରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 11, 2021, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.