ETV Bharat / city

ଦାଗ ହଟାଇବା ପାଇଁ ବିଜେଡ଼ି ମହିଳା କାର୍ଡ ଖେଳୁଛି: ଲେଖାଶ୍ରୀ - BJD used women play cards

ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ କହିଛନ୍ତି ଦାଗ ହଟାଇବା ପାଇଁ ବିଜେଡ଼ି ମହିଳା କାର୍ଡ ଖେଳୁଛି । ଅଧିକ ପଢନ୍ତୁ...

BJD used women play cards to remove stains: Lekhashri Samantsinghar
ଦାଗ ହଟାଇବା ପାଇଁ ବିଜେଡ଼ି ମହିଳା କାର୍ଡ ଖେଳୁଛି : ଲେଖାଶ୍ରୀ
author img

By

Published : Dec 26, 2020, 8:18 PM IST

ଭୁବନେଶ୍ବର: ଆଜି(ଶନିବାର) ବିଜେଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ତେବେ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ।

ଦାଗ ହଟାଇବା ପାଇଁ ବିଜେଡ଼ି ମହିଳା କାର୍ଡ ଖେଳୁଛି : ଲେଖାଶ୍ରୀ

ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦଳ ପକ୍ଷରୁ ସଭାର ଆୟୋଜନ କରାଯାଇଛି । ଏହି ଅବସରରେ ମହିଳାଙ୍କୁ ୩୩ ପ୍ରତିଶତ ରିଜରଭେସନ ପାଇଁ ଗାଁ ଗାଁରେ ଆନ୍ଦୋଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟର ପ୍ରତିକ୍ରିୟାରେ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ ମହିଳା ସୁରକ୍ଷାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ମହିଳା ଦୁଷ୍କର୍ମରେ ଓଡିଶା ବେଶ ଆଗରେ ବୋଲି NCRB ରିପୋର୍ଟ କହୁଛି ବୋଲି ଲେଖାଶ୍ରୀ କହିଛନ୍ତି । ଏପରିକି ଶିଶୁ ଦୁଷ୍କର୍ମରେ ମଧ୍ୟ ଓଡିଶା ବେଶ ଆଗରେ ରହିଛି ।

ସେହିପରି ପରୀ ଘଟଣାକୁ ନେଇ ସରକାର ସବୁଆଡେ ନିନ୍ଦିତ ହେଉଛନ୍ତି । ଏହି ସବୁ ଘଟଣାରେ ବିଜେଡି ଦଳର କର୍ମକର୍ତ୍ତା ସାମିଲ । ଦଳ ଉପରେ ଲାଗିଥିବା ଦାଗ ହଟାଇବା ପାଇଁ ବିଜେଡ଼ି ମହିଳା କାର୍ଡ ଖେଳୁଛି ବୋଲି ଲେଖାଶ୍ରୀ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.