ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ଏବଂ ନଗର ପାଳିକା ନିର୍ବାଚନରେ ଦଳୀୟ ଭିତ୍ତିରେ ଓବିସିଙ୍କୁ 40 ପ୍ରତିଶତ ପ୍ରାର୍ଥୀ ଦେବ ବିଜେଡି । ଏନେଇ ଶନିବାର ବସିଥିବା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଫଳରେ ବିଜେଡି ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ (OBC)ଙ୍କୁ 40 ପ୍ରତିଶତ ଦଳୀୟ ସଂରକ୍ଷଣ ଦେବ ।
ବିଜେଡି ରାଜ୍ୟ କାର୍ଯ୍ୟକାରୀଣିରେ 40 ପ୍ରତିଶତ ପଛୁଆବର୍ଗ ଙ୍କୁ ପ୍ରାର୍ଥୀ କରାଯିବ ନିଷ୍ପତ୍ତି, ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ 40 ପ୍ରତିଶତ ପ୍ରାର୍ଥୀ ଦିଆଯିବ। ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠଳରେ ଶନିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବୀ ସଂକ୍ରାନ୍ତରେ କାର୍ଯ୍ୟକାରିଣୀରେ ସର୍ବସମ୍ମତ ମତ ପ୍ରକାଶ ପାଇବା ସହିତ ଏହା ଉପରେ ମୋହର ଲାଗିଛି ।
ବିଜେଡି କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାପାଇଁ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତ କ୍ରମେ ପ୍ରସ୍ତାବ ସପକ୍ଷରେ ମତପ୍ରକାଶ ପାଇବାପରେ ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ଏହା ଫଳରେ ଆଗାମୀ ପଞ୍ଚାୟତ ଓ ସୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି ।
କାର୍ଯ୍ୟକାରିଣୀ ସଦସ୍ୟମାନେ ଦର୍ଶାଇଲେ ଯେ ବିଜୁ ଜନତା ଦଳ ସବୁବେଳେ ଆର୍ଥିକ ଅନଗ୍ରସର ବର୍ଗ ,ଜନସାଧାରଣଙ୍କ ଉନ୍ନତି ଏବଂ ସମାନ ଅଧିକାର ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଆସୁଛି । ନିକଟରେ ମହିଳାଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥଳ ସଂରକ୍ଷଣ ଲାଗି ଆହ୍ବାନ ଦେଇ ସମଗ୍ର ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଥିବା ବିଜୁ ଜନତା ଦଳ ପ୍ରଥମେ ନିଜ ଆଡୁ ୨୦୧୯ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରି ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଥିଲା।
ଆଗାମୀ ତ୍ରି-ସ୍ତରୀୟ ପଞ୍ଚାଯତ ଏବଂ ପୌର ନିର୍ବାଚନରେ ବିଜୁ ଜନତା ଦଳ ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗକ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତା ପୁନଶ୍ଚ ଦୋହରାର ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତି କ୍ରମେ ଏକ ଐତିହାସିକ ପ୍ରସ୍ତାବ ପାରିତ କରିଛି । ତଦନୁଯାୟୀ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକ ନିର୍ବାଚନରେ ଦଳ ଅନ୍ୟୁନ ୪୦ ପ୍ରତିଶତ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ମନୋନୀତ କଳି ସେମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ କରିବ।
ଶନିବାର, ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସାଂସଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଲର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ବିଧାୟକ ପ୍ରଫୁଲ ସାମଲ ପ୍ରମୁଖ ଯୋଗ ଦେଇଥିଲେ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ