ETV Bharat / city

ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି, ୨୫ରେ ସୁଶାସନ ଦିବସ ପାଳିବ ବିଜେପି

author img

By

Published : Dec 19, 2021, 9:19 PM IST

ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳନ କରିବ ଶାସକ ଦଳ ବିଜେଡି । ଅନ୍ୟପକ୍ଷରେ, ଡିସେମ୍ବର ୨୫ରେ ସୁଶାସନ ଦିବସ ପାଳନ କରିବ ବିଜେପି । ଅଧିକ ପଢ଼ନ୍ତୁ

ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି, ୨୫ରେ ସୁଶାସନ ଦିବସ ପାଳିବ ବିଜେପି
ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି, ୨୫ରେ ସୁଶାସନ ଦିବସ ପାଳିବ ବିଜେପି

ଭୁବନେଶ୍ବର: ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳନ କରିବ ଶାସକ ଦଳ ବିଜେଡି । ୨୬ ତାରିଖ ସନ୍ଧ୍ୟା ୫ଟାରେ ୩୧୪ଟି ବ୍ଲକରେ ଭିଡିଓ କନ୍‌ଫରେସିଂ ମାଧ୍ୟମରେ କର୍ମୀଙ୍କୁ ବାର୍ତ୍ତା ଦେବେ ନବୀନ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏଥର ପ୍ରତିଷ୍ଠା ଦିବସ ଗୁରୁତ୍ୱ ବହନ କରିବ । ଅନ୍ୟପକ୍ଷରେ, ଡିସେମ୍ବର ୨୫ରେ ସୁଶାସନ ଦିବସ ପାଳନ କରିବ ବିଜେପି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରିବ ବିଜେପି । ବାଜପେୟୀଙ୍କୁ ଶାସନ ସମୟରେ ଦୁର୍ନୀତି ନିବାରଣ, ନିର୍ଦ୍ଧାରିତ ସମୟ ଭିତରେ ଯୋଜନାର କାର୍ଯ୍ୟାନ୍ଵୟନ, ସାମୁହିକତା, ସହଭାଗିତା ଓ ସହମତି ଭିତ୍ତିରେ ଗୁରୁତ୍ଵ, ଉତ୍ତରଦାୟୀ ଶାସନ ଉପରେ ଗୁରୁତ୍ଵ ଦିଆଯାଉଥିଲା । ଏହାକୁ ନେଇ ବିଜେପି ଦଳ ପକ୍ଷରୁ ସୁଶାସନକୁ ନେଇ ଜନ ଜାଗରଣ କରାଯିବ । ପ୍ରତ୍ୟେକ ବ୍ଲକ, ମଣ୍ଡଳ, ପଞ୍ଚାୟତ ସ୍ତରରେ ଏହି ଦିବସ ପାଳନ କରିବାକୁ ପାଇଁ ଦଳ ପକ୍ଷରୁ ଆହ୍ଵାନ ଦିଆଯାଇଛି ।

ଏହି ଦିବସରେ ବୁଦ୍ଧିଜୀବି ସମ୍ମିଳନୀ, ଆଲୋଚନା ଚକ୍ର, ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଆଦି କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସୁଶାସନ ବିଷୟରେ ଲୋକଙ୍କୁ ବୁଝାଇବେ ବିଜେପି କର୍ମକର୍ତ୍ତା । ସୁଶାସନ ବାର୍ତ୍ତାରେ ପଞ୍ଚାୟତ, ଗାଁ, ସାହି, ବସ୍ତି ଆଦିର ସ୍ଵାର୍ଥ ସମ୍ପର୍କିତ ପ୍ରସଙ୍ଗ ରହିଛି । କେନ୍ଦ୍ର ସରକାରଙ୍କ ଅନୁଦାନ ଲୋକଙ୍କ ପାଖରେ କିଭଳି ସିଧାସଳଖ ପହଞ୍ଚିବ। ସରକାରୀ ଅର୍ଥ ଏବଂ ଯୋଜନା କେମିତି ବାଟମାରଣା ନହେବ ସେନେଇ ଲୋକଙ୍କୁ ବିଜେପି କର୍ମକର୍ତ୍ତା ସଚେତନ କରାଇବେ ।

ତେବେ ଆଗକୁ ପଞ୍ଚାୟତ ନିର୍ବଚନ ଆସୁଥିବାରୁ ଉଭୟ ବିରୋଧୀ ଶାସକ ଦଳ ପାଇଁ ଏହି ଦୁଇଟି ଦିବସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ନେଇ ଆଲୋଚନା ହେଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.