ETV Bharat / city

President Election: ଦ୍ରୌପଦୀଙ୍କ ସମର୍ଥନ ପାଇଁ କଂଗ୍ରେସ ବିଧାୟକଙ୍କୁ ଭେଟିଲା ବିଜେଡି

ଆସନ୍ତା ଜୁଲାଇ 18 ରେ ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଉଭୟ ଏନଡିଏ ପ୍ରାର୍ଥୀ ଓ ମିଳିତ ବିରୋଧୀ ପ୍ରାର୍ଥୀ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 6, 2022, 9:33 PM IST

ସିଏସ ରାଜନ ଏକ୍କା
ସିଏସ ରାଜନ ଏକ୍କା

ଭୁବନେଶ୍ବର: ଆସନ୍ତା ଜୁଲାଇ 18 ରେ ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଉଭୟ ଏନଡିଏ ପ୍ରାର୍ଥୀ ଓ ମିଳିତ ବିରୋଧୀ ପ୍ରାର୍ଥୀ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ।

ଏହାରି ଭିତରେ ଓଡିଶାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଏନଡିଏରେ ନଥାଇ ମଧ୍ୟ ଏବେ ଏନଡିଏ ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭୋଟ ମାଗୁଛି ବିଜେଡି । ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ସାକ୍ଷାତ କରିବାର କିଛି ସମୟ ପରେ କଂଗ୍ରେସ ସଭାପତି ଓ ବିଧାୟକ ଦଳନେତାଙ୍କୁ ସାକ୍ଷାତ କରିଥିଲେ ବିଜେଡି ସାଂଗଠନକି ସମ୍ପାଦକ ।

ଦ୍ରୌପଦୀଙ୍କ ସମର୍ଥନ ପାଇଁ କଂଗ୍ରେସ ବିଧାୟକଙ୍କୁ ଭେଟିଲା ବିଜେଡି

ଆଜି ପୁଣି ଦ୍ରୌପଦୀଙ୍କ ସମର୍ଥନରେ ଭୋଟ ଦେବାକୁ କଂଗ୍ରେସର ଆଦିବାସୀ ବିଧାୟକ ସିଏସ ରାଜନ ଏକ୍କାଙ୍କୁ ତାଙ୍କ ବାସଭବନରେ ଭେଟି ନିବେଦନ କରିଛନ୍ତି ବିଜେଡି ବିଧାୟକ ମନ୍ତ୍ରୀ । ଆଜି ରାଜନଙ୍କୁ ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଭେଟ ଦ୍ରୌପଦୀଙ୍କ ପାଇଁ ଭୋଟ ଦେବାକୁ ଦାବି କରିଥିଲେ ।

ସେପଟେ କଂଗ୍ରେସ ବିଧାୟକ ରାଜନ କହିଛନ୍ତି ନୀତି ଆଦର୍ଶ ଓ ବିଚାରଧାରା ବିଜେପି ଠାରୁ କଂଗ୍ରେସ ସମ୍ପୂର୍ଣ୍ଣ ଭିନ୍ନ । ଏହାସହ କଂଗ୍ରେସ ଓ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା ପରେ ବିଜେପି ଓ ତାର ସହଯୋଗୀ ଦଳ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଛନ୍ତି । ଯେହେତୁ ଆଦର୍ଶଗତ ପାର୍ଥକ୍ୟ ରହିଛି, ଏହାସହ କଂଗ୍ରେସ ଜଣଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଦେଇଛି, ସେହି ଦୃଷ୍ଟିରୁ ଦ୍ରୌପଦୀଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.