ETV Bharat / city

ଓଡିଶାରେ ଜିତିଥିବା ଲୋକସଭା ସିଟ ବଞ୍ଚେଇବା ବିଜେପି ପାଇଁ କଷ୍ଟକର ହେବ: ବିଜେଡି

author img

By

Published : Sep 13, 2022, 9:19 PM IST

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କର କାର୍ଯ୍ୟକ୍ରମ କରୁଛନ୍ତି । ପ୍ରଶିକ୍ଷଣ ଶିବିର ଏହାର ଏକ ଅଂଶବିଶେଷ । କଂଗ୍ରେସ ଭାରତ ଯୋଡ କାର୍ଯ୍ୟକ୍ରମ କରୁଛନ୍ତି । ସେମାନେ ଭାରତ ବର୍ଷ ଚାଲିଚାଲି ବୁଲୁଛନ୍ତି । ବିଜେପି ଏକ ରାଷ୍ଟ୍ରୀୟ ଦଳ । ନିଜର କାର୍ଯ୍ୟକ୍ରମ ଦେଶବ୍ୟାପୀ ଜାରୀ ରଖିଛି । ଓଡ଼ିଶା ବିଜେପି ପୁରୀରେ ଦଳୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି । ପ୍ରଶିକ୍ଷଣ ଶିବିରରୁ ବିଜେପିକୁ ବିଶେଷ କିଛି ଲାଭ ମିଳିବ ନାହିଁ ।

ବିଜେଡି ସାଂସଦ ମୁନ୍ନା ଖାଁ
ବିଜେଡି ସାଂସଦ ମୁନ୍ନା ଖାଁ

ଭୁବନେଶ୍ବର: ପୁରୀରେ 3 ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି ବିଜେପି । 2024 ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ଏହି ରାଷ୍ଟ୍ରୀୟ ଦଳ । ନିର୍ବାଚନ ଲାଗି ପ୍ରଶିକ୍ଷଣ ଶିବିରରେ ବିଜେପି ପ୍ରସ୍ତୁତ କରିବ 2024ରେ ଓଡ଼ିଶା ଦଖଲ ରୋଡ ମ୍ୟାପ । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରଶିକ୍ଷଣ ଶିବିର ଏକ ଦଳୀୟ ବ୍ୟାପାର ହୋଇଥିବାବେଳେ ଜିତିଥିବା ଲୋକସଭା ସିଟ ବଞ୍ଚେଇବା ବିଜେପି ପାଇଁ କଷ୍ଟକର ହେବ ବୋଲି ବିଜେଡି କହିଛି ।

ଓଡିଶାରେ ଜିତିଥିବା ଲୋକସଭା ସିଟ ବଞ୍ଚେଇବା ବିଜେପି ପାଇଁ କଷ୍ଟକର ହେବ: ବିଜେଡି

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କର କାର୍ଯ୍ୟକ୍ରମ କରୁଛନ୍ତି । ପ୍ରଶିକ୍ଷଣ ଶିବିର ଏହାର ଏକ ଅଂଶବିଶେଷ । କଂଗ୍ରେସ ଭାରତ ଯୋଡ କାର୍ଯ୍ୟକ୍ରମ କରୁଛନ୍ତି । ସେମାନେ ଭାରତ ବର୍ଷ ଚାଲିଚାଲି ବୁଲୁଛନ୍ତି । ବିଜେପି ଏକ ରାଷ୍ଟ୍ରୀୟ ଦଳ । ନିଜର କାର୍ଯ୍ୟକ୍ରମ ଦେଶବ୍ୟାପୀ ଜାରୀ ରଖିଛି । ଓଡ଼ିଶା ବିଜେପି ପୁରୀରେ ଦଳୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି । ପ୍ରଶିକ୍ଷଣ ଶିବିରରୁ ବିଜେପିକୁ ବିଶେଷ କିଛି ଲାଭ ମିଳିବ ନାହିଁ । କିମ୍ବା ବିଜେଡି ଉପରେ ଏହାର କିଛି ବି ପ୍ରଭାବ ପଡିବ ନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଗତ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ଅନେକ ପ୍ରଶିକ୍ଷଣ ଶିବିର କରିଛି । ବହୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସିଛନ୍ତି । 120 + ମିଶନ କଥା ବିଜେପି କହିଥିଲା । କିନ୍ତୁ 20 +ରେ ବିଜେପି ସୀମିତ ରହିଥିଲା । 100 ଟା କୁଆଡେ ଗଲା ଜଣାପଡ଼ିଲାନି ।

ଆସନ୍ତା ନିର୍ବାଚନରେ ମଧ୍ୟ ସେମାନେ ସଫଳ ହେବେନାହିଁ । 120 + ବିଧାୟକ ଓ 16 ଅଧିକ କଥା ବିଜେପି କହୁଛି, ତାହା ଦିବା ସ୍ୱପ୍ନ । ବିଜେପି 16 ସାଂସଦ ପଦ ଜିତିବା ପ୍ରଶ୍ନ ଉଠୁନାହିଁ । ଗତଥର ଯେତିକି ଜିତିଛନ୍ତି, ତାକୁ ବଞ୍ଚେଇବା ବିଜେପିକୁ କଷ୍ଟ ହେବ । ବିଜେଡି ସଂଗଠନ ରୀତିମତ କାର୍ଯ୍ୟ କରୁଛି । କେବଳ ନିର୍ବାଚନ ଆସିଲେ ନୁହେଁ, ବର୍ଷତମାମ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଜେଡିର କାର୍ଯ୍ୟକ୍ରମ ଚାଲିଛି । ନିର୍ବାଚନ ଆସିଲେ ପ୍ରଶିକ୍ଷଣ ଶିବିର, ଘନଘନ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଓଡ଼ିଶାରେ କାମ ଦେବନାହିଁ । ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ'ରେ ଭୋଟ ମାଗୁଛନ୍ତି । ବିଧାନସଭାରେ ବିଜେପିର ଚେହେରା ନାହାନ୍ତି, ଯାହାଙ୍କୁ ଧରି ସେମାନେ ଭୋଟ ମାଗିପାରିବେ । ବିଧାନସଭାରେ କିଛି ହେବାର ନାହିଁ ବୋଲି ବିଜେପି ଜାଣିଛି । ତେଣୁ ଲୋକସଭା ସିଟ ଉପରେ ସେମାନେ ନଜର ରଖୁଛନ୍ତି । ଏଥର ଏହା ମଧ୍ୟ କାମ ଦେବନାହିଁ ।

2014ରେ ବିଜେଡି 20ଟି ଲୋକସଭା ସିଟ ହାତେଇଥିଲା । ମୋଦୀଙ୍କ ଲହର ସମୟରେ ଏଭଳି ଫଳ ହୋଇଥିଲା । 2019 ନିର୍ବାଚନରେ ଭୁଲ ଭଟକା ଯୋଗୁଁ କିଛି ଲୋକସଭା ସିଟ ହାତ ଛଡା ହୋଇଛି । ଏଥର ସେ ସିଟ ଯିବନି ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.