ETV Bharat / city

କଂଗ୍ରେସ ପ୍ରଥମେ ତାର ଦୁଇ ପ୍ରତିଶତ ଭୋଟ୍‌ ବଞ୍ଚାଉ: ଲେନିନ୍‌ ମହାନ୍ତି - ଶାସକ ଦଳ ବିରୋଧରେ ଜୟରାମ ରମେଶଙ୍କ ଅଭିଯୋଗ

ଜୟରାମ ରମେଶ୍‌ଙ୍କ ଅଭିଯୋଗ ପରେ ବିରୋଧୀ ବିଜେପି କଂଗ୍ରେସକୁ ଟାର୍ଗେଟ୍‌ କରିଥିବା ବେଳେ ଏବେ ବିଜେଡି ମୁଖପାତ୍ର ମଧ୍ୟ ଜୟରାମ ରମେଶଙ୍କୁ ପାଲଟା ଜବାବ ଦେଇଛନ୍ତି । ରାଜ୍ୟରେ ବିଜେପି ବିଜେଡି ମିଳିତ ସରକାର ଚାଲୁଥିବା ଅଭିଯୋଗ କରିଥିଲେ ଜୟରାମ ରମେଶ (Lenin Mohanty reaction on congress leader )। ଅଧିକ ପଢ଼ନ୍ତୁ

BJD spokes person Lenin Mohanty reaction on congress leader Jayaram Ramesh allegation on ruling party
କଂଗ୍ରେସ ପ୍ରଥମେ ତାର ଦୁଇ ପ୍ରତିଶତ ଭୋଟ୍‌ ବଞ୍ଚାଉ: ଲେନିନ୍‌ ମହାନ୍ତି
author img

By

Published : Sep 18, 2022, 8:07 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଶାସକ ଓ ବିରୋଧୀ ଦଳ କ୍ୟାମ୍ପ୍‌ରେ ହଟଚମଟ ସୃଷ୍ଟି ହୋଇଛି । ଜୟରାମ ରମେଶ୍‌ଙ୍କ ଅଭିଯୋଗ ପରେ ବିରୋଧୀ ବିଜେପି କଂଗ୍ରେସକୁ ଟାର୍ଗେଟ୍‌ କରିଥିବା ବେଳେ ଏବେ ବିଜେଡି ମୁଖପାତ୍ର ମଧ୍ୟ ଜୟରାମ ରମେଶଙ୍କୁ ପାଲଟା ଜବାବ ଦେଇଛନ୍ତି । ରାଜ୍ୟରେ ବିଜେପି ବିଜେଡି ମିଳିତ ସରକାର ଚାଲୁଥିବା ଅଭିଯୋଗ କରିଥିଲେ ଜୟରାମ ରମେଶ । ଏହାକୁ ନେଇ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ଉତ୍ତର ରଖିଛନ୍ତି (Lenin Mohanty reaction on congress leader)।

ଲେନିନ୍‌ ମହାନ୍ତି ଲୋକକଥା ଢଗ ମାଧ୍ୟମରେ ଜୟରାମ ରମେଶଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି "କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ । ଆମେ ଭାବିଥିଲୁ ଯେ, ତାଙ୍କର ଜଣେ ତୁଙ୍ଗ ନେତା ତାଙ୍କ କଥା ଶୁଣିବ କଂଗ୍ରେସ । ଗୁଲାମ ନବୀ ଆଜାଦ କହିଥିଲେ ଭାରତ ଯୋଡ଼ ଅଭିଯାନ ଛାଡ଼ କଂଗ୍ରେସ ଯୋଡ଼ ଅଭିଯାନ ଆରମ୍ଭ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ଯାହା ଦରକାର ତାହା କରି ଆସିଛନ୍ତି । ସଙ୍ଘୀୟ ଗଣତନ୍ତ୍ରରେ ଯାହା ଆଚରଣ ଓ ଉଚ୍ଚାରଣ ସବୁ ଜିନିଷ ନିର୍ଭର କରନ୍ତି । ଚିତ୍କାର କଲେ କେହି ଶୁଣିବେନି । ଓଡ଼ିଶାରେ ତାଙ୍କ ପାଇଁ କୌଣସି ଆଶା ନାହିଁ । କଂଗ୍ରେସ ଓଡ଼ିଶାରେ ଯାହା କଲେ ଦୁଇ ପ୍ରତିଶତରୁ ଅଧିକ ଭୋଟ ପାଇବ ନାହିଁ । ଜଣେ ବିରୋଧୀ ଭାବେ ସେ କଟାକ୍ଷ କରିଛନ୍ତି ।"

କଂଗ୍ରେସ ପ୍ରଥମେ ତାର ଦୁଇ ପ୍ରତିଶତ ଭୋଟ୍‌ ବଞ୍ଚାଉ: ଲେନିନ୍‌ ମହାନ୍ତି

ଏହା ବି ପଢ଼ନ୍ତୁ Bharat Jodo Yatra: BJP ଓ ମୋଦିଙ୍କୁ ଟାର୍ଗେଟ୍‌ କଲେ ଜୟରାମ ରମେଶ

ଏହାପୂର୍ବରୁ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, "ବିଜେପି ଯୋଗୁଁ ଭାରତ ବିଭାଜିତ ହେବାରେ ଲାଗିଛି । ଜାତି, ଧର୍ମ, ପ୍ରାନ୍ତ ନାମରେ ଲୋକଙ୍କୁ ବଣ୍ଟା ଯାଉଛି । ଘୋଷଣା ହୋଇନଥିଲେ ମଧ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ରାଜନୀତି ଅଧିକାରକୁ ହାତକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ । କ୍ଷମତା କେନ୍ଦ୍ରିକରଣ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଦେଶରେ ଭାରତକୁ ଯୋଡ଼ିବାର ସମୟ ଆସିଛି । ରାଜ୍ୟରେ ବିଜେଡି ବିଜେପି ମିଳିତ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ମୁଖ୍ୟମନ୍ତ୍ରୀ ତାହା କହୁଛନ୍ତି । ଓଡ଼ିଶାରେ ଭାରତଯୋଡ଼ ଯାତ୍ରାର ଟାର୍ଗେଟରେ ଉଭୟ ବିଜେପି ଓ ବିଜେଡି ରହିବେ । ରାଷ୍ଟ୍ରୀୟ ସ୍ତରରେ ଭାରତ ଯୋଡ଼ ଯାତ୍ରା କେବେଳ ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ଟାର୍ଗେଟ୍‌ କରୁଛି ।(Jayaram Ramesh allegation on ruling party )"

ସେପ୍ଟେମ୍ବର ୭ ତାରିଖରରେ କନ୍ୟାକୁମାରୀରୁ କଂଗ୍ରେସ ଭାରତଯୋଡ଼ ଅଭିଯାନ ଆରମ୍ଭ କରିଛି । ତାମିଲନାଡ଼ୁରେ ଅଭିଯାନ ଶେଷ କରିବା ପରେ କଂଗ୍ରେସର ଏହି ଯାତ୍ରା ବର୍ତ୍ତମାନ କେରଳରେ ପହଞ୍ଚିଛି । ମୋଟ ୧୦ଟି ରାଜ୍ୟ ଦେଇ କଂଗ୍ରେସର ଏହି ପଦଯାତ୍ରା ଅଭିଯାନ ଯିବ । ଏହାଛଡ଼ା ଯେଉଁସବୁ ସ୍ଥାନରେ ଭାରତ ଯୋଡ଼ ଯାତ୍ରା ପହଞ୍ଚି ପାରିନି ସେଠାରେ ମଧ୍ୟ ଅଭିଯାନ ଆରମ୍ଭ ହେବା ନେଇ ଜୟରାମ ରମେଶ ସୂଚନା ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.