ETV Bharat / city

ଏନପିଆରକୁ ନେଇ ବିଜେଡିର ବଡ ବୟାନ

author img

By

Published : Jan 2, 2020, 7:21 PM IST

କେନ୍ଦ୍ର ସରକାରଙ୍କ ଏନପିଆର ଆଇନକୁ ସମର୍ଥନ କରିଛି ବିଜେଡି । ଦଳୀୟ ମୁଖପାତ୍ର ଗୁରୁବାର ଏନପିଆର ଉପରେ ଦଳର ସ୍ପଷ୍ଟୀକରଣ ରଖିଛନ୍ତି ।

PHOTO
BJD

ଭୁବନେଶ୍ବର: ପୁଣିଥରେ ଶାସକ ବିଜୁ ଜନତା ଦଳ ଏକ ପରିପକ୍ବ ରାଜନୈତିକ ନିଷ୍ପତି ନେଇଛି । ସାରା ଦେଶରେ ଏନଆରସି, ଏନପିଆର ଓ ସିଏଏକୁ ନେଇ ବିରୋଧ ଜାରି ରହିଛି । ଦେଶର କିଛି ରାଜ୍ୟ କେବଳ ସରକାରଙ୍କୁ ବିରୋଧ କରିବା ପାଇଁ ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରୁଛନ୍ତି । ଏହାସହ ରାଜନୈତିକ ବିବାଦରୁ ଏହି ତିନୋଟି ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ ଅପପ୍ରଚାର କରୁଛନ୍ତି । ତେବେ ଆଜି ବିଜୁ ଜନତା ଦଳ (ବିଜେଡି) ଏନପିଆରକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ସିଏଏ ଓ ଏନପିଆର ଦୁଇଟି ଭିନ୍ନ ପ୍ରସଙ୍ଗ । ଏନପିଆର ସହ ଏନଆରସି ଓସିଏଏର କୌଣସି ସଂପର୍କ ନାହିଁ ।

ଏନପିଆରକୁ ନେଇ ବିଜେଡିର ବଡ ବୟାନ

ତେବେ ପୂର୍ବରୁ ପାର୍ଲାମେଣ୍ଟରେ ବିଜେଡି ସିଏଏକୁ ସମର୍ଥନ କରିଥିବା ବେଳେ ଏନଆରସିକୁ ବିରୋଧ କରିଛି । ଏବେ ପୁଣି ଏନପିଆରକୁ ପରୋକ୍ଷରେ ସମର୍ଥନ କରିଛି । ପ୍ରତାପ କହିଛନ୍ତି ଏନପିଆର କୌଣସି ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା । ପୂର୍ବ 2010ର ଏନପିଆରକୁ ଅପଡେଟ କରାଯିବ । ଏହା ଦେଶର ଏକ ଧାରାବାହିକ କାର୍ଯ୍ୟ । ଏଥିରେ କୌଣସି ନାଗରିକଙ୍କ କୌଣସି କ୍ଷତି ହେବାର ନାହିଁ । ଯେଉଁମାନେ ଏନପିଆରକୁ ବିରୋଧ କରୁଛନ୍ତି ସେମାନେ ଆଇନକୁ ବୁଝିନାହାଁନ୍ତି । କେବଳ ରାଜନୈତିକ ଫାଇଦା ପାଇଁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ପ୍ରତାପ ଆହୁରି କହିଛନ୍ତି ଆଇନକୁ ନେଇ ଯେଉଁ ପରିବର୍ତ୍ତନ ହୋଇଥିବାର ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । କେବଳ ପୂର୍ବ ଏନପିଆର ତୁଳନାରେ କିଛି ତଥ୍ୟ ସାମିଲ କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଦେଶରେ ନାଗରିକ ସଂସୋଧନ ଆଇନ୍ ଓNRC କୁ ନେଇ ସାରାଦେଶରେ ବିବାଦ ଓ ବିକ୍ଷୋଭ ହେଉଥିବା ବେଳେ ଏବେ NPR କୁ ନେଇ ମଧ୍ୟ କେତେକ ରାଜନୈତିକ ଦଳ ବିରୋଧ କରୁଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ବିଜୁ ଜନତା ଦଳ ନିଗରିକ ସଂସୋଧନ ବିଲ୍ କୁ ସମର୍ଥନ କରିଥିବା ବେଳେ NRC କୁ ବିରୋଧ କରିଛି ।
ଆଉ ଏବେ NPR କୁ ନେଇ ଦଳ ପକ୍ଷରୁ ସପକ୍ଷରେ ଓକିଲାତି ଆରମ୍ଭ ହୋଇଛି ।
ଆଜି ଗଣମାଧ୍ୟମ କୁ ସୂଚନା ଦେଇ ଦଳୀୟ ବିଜେଡି ନେତା ପ୍ରତାପଦେବ କହିଛନ୍ତି ଯେ
ଏନ୍‌ପିଆର୍‌ କୌଣସି ନୂଆ ଜିନିଷ ନୁହେଁ।ଏହା ଏକ ଧାରାବାହିକ ପ୍ରୋସିଜିୟର ।ଗତଥରର NPR ଅପଡେଟ୍ ହେବ ।Body:ଯାହା NPR କୁ ନେଇ ଯେଉଁ ଆଇନ୍ ରେ ପରିବର୍ତ୍ତନ ହୋଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା।ଯେଉଁ ୪ଟି ତଥ୍ୟ ଆଡ୍ ହୋଇଛି ଭୋଟର ଆଇଡି,ମୋବାଇଲ ନମ୍ବର ,ଡ୍ରାଇଭିଂ ଲାଇସେନ୍ସ,ଆଧାର ନମ୍ବର କେବଳ ଅଧିକ ଆଡ୍ କରାଯାଇଛି ।Conclusion:୨୦୧୦ ରେ ଯେବେ NPR ଡାଟାଯାହା ଥିଲା ସମାନ ରିହିଛି ।ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏହାକୁ ଠିକ୍ ଭାବରେ ବୁଝିନାହାନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଦେବ । NPR ତା ବାଟରେ ରହିଛି ,CAA ଓ NRC ସହ କୈଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ପ୍ରତାପଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.