ETV Bharat / city

ଗ୍ରାମୀଣ ଆବାସ ଯୋଜନା: ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ ଆଣିଲା BJD

author img

By

Published : Jan 31, 2022, 8:13 PM IST

ଗ୍ରାମୀଣ ଆବାସ ଯୋଜନାକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡ଼ି । ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ରହିଛି ବୋଲି ବିଜେଡ଼ି ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ

ଗ୍ରାମୀଣ ଆବାସ ଯୋଜନା: ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ ଆଣିଲା BJD
ଗ୍ରାମୀଣ ଆବାସ ଯୋଜନା: ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ ଆଣିଲା BJD

ଭୁବନେଶ୍ବର: ଗ୍ରାମୀଣ ଆବାସ ଯୋଜନାକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡ଼ି । ଏହି ଯୋଜନାର ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ସତ୍ତ୍ବେ ଅନୁସୂଚିତ ଜାତି ଜନଜାତି ଓ ଆଦିବାସୀ କେନ୍ଦ୍ର ଅବହେଳାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ଆଣିଛି ଦଳ । ବିଜେପି ସାଂସଦମାନେ ନିଜେ ଏହାକୁ ବନ୍ଦ କରିଛନ୍ତି ବୋଲି କହିଛି ବିଜେଡ଼ି ।

ନିର୍ବାଚନ ଇସ୍ତାହାରରେ ମଧ୍ୟ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇ ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏବେ ସେ ପାଳନ କରିନାହାଁନ୍ତି । ଏପରିକି ବିଭିନ୍ନ ଫୋରମରେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଜଣାଇଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହାନ୍ତି । ଆବାସ ପ୍ଲସ ପୋର୍ଟାଲ ରାଜ୍ୟ ବିଜେପିର ସାଂସଦମାନେ କାହିଁକି ଖୋଲୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ବିଜେପିର ଓଡି଼ଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ରହିଛି ।

ନିକଟରେ କର୍ଣ୍ଣାଟକ ପାଇଁ ଆବାସ ପ୍ଲସ ପୋର୍ଟାଲ ଖୋଲିଥିବାବେଳେ ଓଡିଶା ପାଇଁ କହିଁକି ଖୋଲୁନି ବୋଲି ପ୍ରଶ୍ନ କରିଛି ବିଜେଡି । ଫନି କ୍ଷତିଗ୍ରସ୍ତ ୧ ଲକ୍ଷ ୮୪ ହଜାର ଲୋକଙ୍କୁ ଘର ଯୋଗାଇ ଦେଉନି । ପାଖାପାଖି ୬ଲକ୍ଷ ୬୫ ହଜାର ଘର ଓଡ଼ିଶାର ଦରକାର । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏହି ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଅବହେଳା କରିଚାଲିଛି । ଓଡି଼ଶାକୁ କେନ୍ଦ୍ର ସରକାର ସାବତ ପୁଅ ଭଳି ବ୍ୟବହାର କରୁଛି । ଏଥିପାଇଁ ରାଜ୍ୟ ସରକାର ସର୍ଭେ କରି ହିତାଧିକାରୀଙ୍କ ତାଲିକା ହୋଇଛି । କିନ୍ତୁ କେନ୍ଦ୍ର ସରକାର ଏନେଇ କୌଣସି ନିଷ୍ପତ୍ତି ନେଉ ନାହାଁନ୍ତି ।

ଓଡ଼ିଶାର ୮ଜଣ ବିଜେପି ସାଂସଦ ଥିବାବେଳେ ସେମାନେ କଣ କରୁଛନ୍ତି । ଓଡିଶାବାସୀଙ୍କ ପାଇଁ ନକହି ଖଳ ରାଜନୀତି କରୁଛନ୍ତି । ବିଜେପି ସାଂସଦମାନେ ନିଜେ ବନ୍ଦ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଏପରିକି ରାଜ୍ୟ ବିଜେପି ନେତାଙ୍କ ମା' ମାଟି ପାଇଁ ଦରଦ ନାହିଁ ବୋଲି କହିଛି ଦଳ । ଏହି ଷଡଯନ୍ତ୍ରର ଜବାବ ଦେବେ ଓଡ଼ିଶାର ଜନତା । ନଚେତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ତାଙ୍କୁ ବୁଲିବାକୁ ଦେବେନି, ଗାଁ ଗାଁ ଜବାବ ଦେବେ ବୋଲି କହିଛି ବିଜେଡି଼ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.