ETV Bharat / city

ଭର୍ତ୍ତୃହରିଙ୍କୁ ପ୍ରଂଶସା କଲା ବିଜେପି, ଖପ୍ପା ବିଜେଡି ! - BJP PRSIES BHARTUHARI

ଭର୍ତ୍ତୃହରିଙ୍କୁ ବିଜେପି ପ୍ରଶଂସା ପରେ ରାଗି ପାଚି ଖପ୍ପା ବିଜେଡି ! ବିନ୍ଧୁଛି ବିଜୁ ଜନତା ଦଳର ଛାମୁଆ ନେତାଙ୍କ ମୁଣ୍ଡ । ଆରମ୍ଭ ଟ୍ବିଟ ଯୁଦ୍ଧ । ଅଧିକ ପଢନ୍ତୁ...

ଭର୍ତ୍ତୃହରିଙ୍କୁ ପ୍ରଂଶସା କଲା ବିଜେପି, ଖପ୍ପା ବିଜେଡି !

author img

By

Published : Apr 13, 2021, 10:16 PM IST

ଭୁବନେଶ୍ବର: ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେପିର ପ୍ରଂଶସା ପରେ ନିଆଁବାଣ ବିଜେଡି । ଆଉ ଏହାପରେ ଆରମ୍ଭ ହୋଇଛି ବିଜେଡି ଓ ବିଜେପି ମଧ୍ୟରେ ଟ୍ବିଟ ଓ୍ବାର । ତେବେ ନିଜ ଦଳର ନେତାଙ୍କ ପ୍ରଶଂସା ଶୁଣି କାହିଁକି ତାତିଲା ବିଜେଡି ? କ’ଣ ପାଇଁ ଅସହିଷ୍ଣୁ ଦଳର ନେତା ?

ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ତ୍ତୃହରି ମହତାବଙ୍କ ପ୍ରଚେଷ୍ଟା ଯୋଗୁଁ 26 ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି ବୋଲି କହି ପ୍ରଶଂସା କରିଥିଲେ ଧର୍ମେନ୍ଦ୍ର । କେବଳ ଏତିକି ନୁହେଁ ଭର୍ତ୍ତୃହରିଙ୍କୁ ବିଜେଡି କଣ ପାଇଁ ଗୁରୁତ୍ବ ଦେଉନଥିବା ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ।

ଧର୍ମେନ୍ଦ୍ରଙ୍କ ବୟାନ ପରେ କଟାକ୍ଷ କରି ଖପ୍ପା ବିଜେଡିର ଟାଣୁଆ ନେତା । ଟ୍ବିଟ କରି କେନ୍ଦ୍ରମନ୍ତ୍ରୀଙ୍କୁ ପାଲଟା ଜବାବ ଦେଇଛନ୍ତି ବିଜେଡିର ସଙ୍କଟମୋଚକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ ଟ୍ବିଟ କରି ପ୍ରଣବ କହିଛନ୍ତି, ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ । ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।

ସେପଟେ ପ୍ରଣବ ପ୍ରକାଶ ଦାସଙ୍କ ଜବାବ ପରେ ସିରିଜ ଟ୍ବିଟ କରି ବର୍ଷିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିଦ ଲେକିଛନ୍ତି, ବବି ବାବୁ ଆପଣ ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟା ଯୋଗୁଁ 26 ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି । ତାଙ୍କର ଯୋଗଦାନକୁ ଦଳ ମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରୁଛନ୍ତି ।

ସମ୍ବିତ ଆହୁରି ମଧ୍ୟ କହିଛନ୍ତି, ମହତାବ ବାବୁ ଓଡ଼ିଆ ଲୋକ ଓ ଆପଣଙ୍କ ଦଳର । ଆପଣ ଖୁସି ହେବା ବଦଳରେ କାହିଁକି ରାଗି ଯାଉଛନ୍ତି ? ମହତାବ ପରିବାରର ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଶାର ବିକାଶ ପାଇଁ ଯୋଗଦାନ ବିଷୟରେ ରାଜ୍ୟବାସୀ ଜାଣିଛନ୍ତି । ବବି ବାବୁ ଏହି କଥା ଆପଣ ଆପଣଙ୍କ ବାପାଙ୍କ ଠାରୁ ଶୁଣିଥିବେ । ନହେଲେ ବରିଷ୍ଠ ମାନଙ୍କ ସହ ପରାମର୍ଶ କରି ଆପଣ ମନ୍ତବ୍ୟ ଦିଅନ୍ତୁ । ମୋର ନେତା ଧର୍ମେନ୍ଦ୍ର ପ୍ରଧାନ କଲମ୍ଵସ ନୁହଁନ୍ତି । ସେ ଓଡ଼ିଶାର ବିକାଶ ପାଇଁ ଗୁଣ୍ଡୁଚି ମୂଷାର ଯୋଗଦାନ ଦେଉଛନ୍ତି ବୋଲି ଲେଖିଛନ୍ତି ସମ୍ବିତ ପାତ୍ର ।

ଟ୍ବିଟ ଯୁଦ୍ଧ ମଧ୍ୟରେ ବିଜେଡି ଓ ବିଜେପି ଭିତରେ ଘନେଇଛି ବିବାଦ । ବିଜେପି ତୁଣିରେ ଭର୍ତ୍ତୁହରୀ ତୀର ଯୋଖା ଯାଇଛି କି ବୋଲି ଚାରିଆଡେ ଚର୍ଚ୍ଚା ଯୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.