ଭୁବନେଶ୍ବର: ରାଜ୍ୟରେ ୧୨ ତାରିଖରେ ବ୍ଲକ ଚେୟାରମ୍ୟାନ ନିର୍ବାଚନ ହେବ । ବିଜେଡି ଘୋଡା ବେପାର ପାଇଁ ପ୍ରସ୍ତୁତ ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।
ବ୍ଲକ ଚେୟାରମ୍ୟାନ ନିର୍ବାଚନ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରତାପ କହିଛନ୍ତି ଯେ, "ସବୁ ପଞ୍ଚାୟତ ନିର୍ବାଚନରେ ଏପରି ଅଭିଯୋଗ ଆସୁଛି । ବିରୋଧୀ ଗଣମାଧ୍ୟମରେ ବୟାନ ବାଜି ପାଇଁ ଏପରି କରୁଛନ୍ତି । ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।"
ଜିଲ୍ଲା ପରିଷଦରେ ଯଦି ଗୋଟିଏ ଦଳକୁ ବହୁମତ ଦେଇଛନ୍ତି, ଭୋଟର କେବେ ଭୁଲ କରିନଥିବେ । ବିରୋଧୀମାନେ ଏକଥା ବୁଝିବା ଆବଶ୍ୟକ । ଜିଲ୍ଲା ପରିଷଦ ଫଳ ଦୃଷ୍ଟିରୁ ବ୍ଲକ ଚେୟାରମ୍ୟାନରେ ଭଲ କରିବୁ ବୋଲି ଦଳ ଆଶା ରଖିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନେଇ ବିଜେଡି ସଭାପତି ନିଷ୍ପତ୍ତି ନେବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ