ETV Bharat / city

ଇସ୍ତାହାର ଜାରି କଲା ବିଜେଡି, ଫୋକସରେ ଯୁବଗୋଷ୍ଠୀ-ମହିଳା - MANIFESTO

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଘୋଷଣା ପତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇସ୍ତାହାର ଉନ୍ମୋଚନ କରି ନବୀନ କହିଲେ, ଆମେ ସର୍ବଦା ଆମ ପ୍ରତିଶ୍ରୁତି ରକ୍ଷା କରୁ।

ଫଟୋ ସୌଜନ୍ୟ : ବ୍ୟୁରୋ ଚିଫ,ଭୁବନେଶ୍ବର
author img

By

Published : Apr 9, 2019, 5:31 PM IST

Updated : Apr 9, 2019, 8:40 PM IST

ଭୁବନେଶ୍ବର: ବିଜେପି ଓ କଂଗ୍ରେସ ପରେ ବିଜେଡି ପ୍ରକାଶ କରିଛି ଚଳିତ ସାଧାରଣ ନିର୍ବାଚନ ପାଇଁ ନିଜର ନିର୍ବାଚନୀ ଇସ୍ତାହାର। ନବୀନ ଓଡିଶା ଓ ସଶକ୍ତ ଓଡିଶା ଗଠନର ପ୍ରତିଶ୍ରତି ଦେଇ ଘୋଷଣା ପତ୍ର ଜାରି କରିଛି ବିଜେଡି। ବିଜେଡି 2014 ନିର୍ବାଚନ ଇସ୍ତାହାରରେ ଦେଇଥିବା ସବୁ ପ୍ରତିଶ୍ରୁତି ପାଳନ କରିଛି । 2019ର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରିବ । ଅନ୍ୟ ଦଳ ବିଶେଷ କରି ବିଜେପି ପରି ନିର୍ବାଚନୀ ପ୍ରତିଶ୍ରୁତି ପାଳନରୁ ଓହରିବ ନାହିଁ ବିଜେଡି । ନିର୍ବାଚନ ଇସ୍ତାହାର ପ୍ରକାଶ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଭିଡିଓ ସୌଜନ୍ୟ : ବ୍ୟୁରୋ ଚିଫ,ଭୁବନେଶ୍ବର

ବିଜେଡିର ନିର୍ବାଚନ ଇସ୍ତାହାରରେ କୃଷି, ମହିଳା, ଚାଷୀ ଓ ଯୁବଗୋଷ୍ଠୀଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଇଛି। ନିର୍ବାଚନର କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନା ଏବେ ଏକ ନିୟମିତ ଯୋଜନାରେ ପରିଣତ ହେବ। ସରକାରକୁ ଫେରିଲେ ଏହା କାର୍ଯ୍ୟକାରୀ ହେବ। ଯୋଜନାର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଏବଂ ଆବଶ୍ୟକତା ମୁତାବକ ପରାମର୍ଶ ଦେବାକୁ ଗଠନ ହେବ କାଳିଆ କମିଶନ। ଏହି ଯୋଜନାରେ 50 ହଜାର ଟଙ୍କା ପର୍ଯ୍ୟନ୍ତ ସୁଧବିହିନ ଋଣ ସୁବିଧାକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବ। କୃଷିର ବିକାଶ ପାଇଁ ଜଳସେଚନରେ 50ହଜାର କୋଟି ଟଙ୍କା ବିନିଯୋଗ କରି ସବୁ ଅଞ୍ଚଳକୁ ଜଳସେଚନ ସୁବିଧା ସୃଷ୍ଟି କରାଯିବ। ଜନମତ ଆଧାରରେ ସୃଷ୍ଟି ହୋଇଥିବା ଏହି ଇସ୍ତାହାରରେ କାଳିଆ ସହ ମମତା, ଆହାର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ମିଶନ ଶକ୍ତି, ଆମ ଗାଁ ଆମ ବିକାଶ, ପିଠା ଆଦି ଯୋଜନା ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ଦଳର ଇସ୍ତାହାର କମିଟି ଆବାହକ ଅମର ପଟ୍ଟନାୟକ।

  • As investment on youth is an investment in future, #BJDmanifesto reflects the hopes and aspirations of youths with commitment to reserve 75% jobs in all upcoming industries for qualified local youths, skill 15 lakh youths in 5 years through Skilled In Odisha. pic.twitter.com/Tt8XTJNSj8

    — Naveen Patnaik (@Naveen_Odisha) April 9, 2019 " class="align-text-top noRightClick twitterSection" data=" ">

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ 7 ଲକ୍ଷ ପରିବର୍ତ୍ତେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ‘ମିଶନ ଶକ୍ତି’ ଏକ ନୂଆ ବିଭାଗ ଭାବେ କାର୍ଯ୍ୟ କରିବ। ସବୁ ପଞ୍ଚାୟତରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଗଠନ ହେବ ମିଶନ ଶକ୍ତି ଫେଡେରେସନ । ଏଣିକି ସମାଜର ଅନଗ୍ରସର ଶ୍ରେଣୀକୁ ଜମି କିମ୍ବା ଘର ଦିଆଗଲେ ତାହା ସଂପୃକ୍ତ ପରିବାରର ମହିଳାଙ୍କ ନାଁରେ ଦିଆଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରତି ଦିଆଯାଇଛି।

ରାଜ୍ୟରେ ପ୍ରତିଷ୍ଠା ହେଉଥିବା ସବୁ ଶିଳ୍ପାନୁଷ୍ଠାନରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ 75 ପ୍ରତିଶତ ସଂରକ୍ଷଣ ବାଧ୍ୟତାମୂଳକ ରହିବ। ଦକ୍ଷତା ବିକାଶକୁ ବିଶ୍ବସ୍ତରୀୟ ବ୍ରାଣ୍ଡର ମାନ୍ୟତା ଦିଆଯିବ। ଆସନ୍ତା 5 ବର୍ଷ ମଧ୍ୟରେ 15 ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। 10 ହଜାର ଯୋଗ୍ୟ ଯୁବକଙ୍କୁ ଏକକାଳିନ 10 ଲକ୍ଷ ଟଙ୍କାର ଷ୍ଟାର୍ଟ-ଅପ ଭତ୍ତା ଦିଆଯିବ । ବିନା ସୁଧରେ ଶିକ୍ଷା ଋଣ ଏବଂ ସରକାରୀ ଚକାରୀ ପାଇଁ ଆବେଦନ ଫି ଦେବାକୁ ପଡିବ ନାହିଁ।

ପଶ୍ଚିମ ଓ ପୂର୍ବ ଓଡିଶା ମଧ୍ୟରେ ରହିଥିବା ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ଗଠନ କରାଯିବ ସ୍ବତନ୍ତ୍ର ଉନ୍ନୟନ ପରିଷଦ । ବରଗଡ, ବଲାଙ୍ଗିର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ସୋନପୁର, ସମ୍ବଲପୁର ଏହି 8ଟି ଜିଲ୍ଲା ଏବଂ ଆଠମଲ୍ଲିକ, କୁଚିଣ୍ଡି ଓ ନିଳଗିରି ସବଡିଭିଜନକୁ ନେଇ ଏହି ପରିଷଦ ଗଠନ କରାଯିବ । ପୂଜାରୀ, ଭଣ୍ଡାରୀ ଓ ଧୋବାଙ୍କ ଭଳି କୌଳିକବୃତ୍ତିଧାରୀଙ୍କ ପାଇଁ ଗଠନ ହେବ ୱେଲଫେୟାର ବୋର୍ଡ । କଟକ ଓ ଭୁବନେଶ୍ବରକୁ ମେଟ୍ରୋ ରେଲ ସହ ଉତ୍ତର ଓ ଦକ୍ଷିଣ ଏବଂ ପୂର୍ବ ଓ ପଶ୍ଚିମକୁ ବିଜୁ ଏକ୍ସପ୍ରେସ ୱେ ଜରିଆରେ ସଂଯୋଗ କରାଯିବ ବୋଲି ସେ କହିଛନ୍ତି ।

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ପୋଲାଭରମ, କୋଇଲା ରୟାଲଟି ବୃଦ୍ଧି ଆଦି ପ୍ରସଙ୍ଗରେ ଓଡିଶା ସବୁ ସମୟରେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଥାଏ । ଏଥର କେନ୍ଦ୍ରରେ କୌଣିସ ଗୋଟିଏ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନରେ ବିଜେଡିର ଭୂମିକା ରହିବ। ଏହିଦୃଷ୍ଟିରୁ ଓଡିଶାର ଏହି ଦାବିଗୁଡିକ ପୁରଣ ପାଇଁ ଯେଉଁ ସରକାର ନିର୍ଭର ପ୍ରତିଶ୍ରୁତି ଦେବ ବିଜେଡି ତାକୁ ହିଁ ସମର୍ଥନ କରିବ। ଏହାହିଁ ଦଳର ଏକମାତ୍ର ଏଜେଣ୍ଡା ରହିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ,ଇଟିଭି ଭାରତ

Intro:Body:

दिल्ली की कुछ अनछुई जगह, जहां आपको जरूर जाना चाहिए

गैलरी के बारे में

देश की राजधानी दिल्ली को भारतीय महाकाव्य महाभारत में प्राचीन इन्द्रप्रस्थ, की राजधानी के रूप में जाना जाता है. दिल्ली अपने प्राचीन धरोहर और खूबसूरत इमारतों के लिए जानी जाती है. दिल्ली में कई ऐसी जगह हैं, जिनके बारे में कम ही लोग जानते हैं. तो आइए हम आपको दिल्ली के कुछ अनछुई जगहों के बारे में बताते हैं, जहां एक बार आपको जरूर जाना चाहिए.

सतपुला ब्रिज- सतपुला ब्रिज एक प्राचीन जल संचयन बांध है. जो दिल्ली के मालविया नगर में स्थित है. इसके निर्माण का श्रेय सुल्तान मुहम्मद शाह तुगलक के शासनकाल को दिया जाता है. सतपुला ब्रिज 7 ब्रिजों को जोड़कर बनाया गया है. सतपुला ब्रिज आज किसी गुमनामी में खो चुका है.

अग्रसेन की बावली- अग्रसेन की बावली, एक संरक्षित पुरातात्विक स्थल हैं जो दिल्ली के दिल कनॉट प्लेस के पास स्थित है. इस बावली में सीढ़ीनुमा कुएं में करीब 105 सीढ़ीयां हैं. इसका निर्माण साल 1958 में राजा सूर्यवंशी ने करवाया था. अगर आप कभी दिल्ली की भागदौड़ वाली जिंदगी से थोड़ा सुकून चाहते हैं, तो ये जगह आपके लिए है. आप यहां फोटोग्राफी का आनंद भी उठा सकते हैं.

आधम खान का मकबरा- आधम ख़ान के मकबरे का निर्माण 16वीं में हुआ था. इस मकबरे में मुगल बादशाह अकबर के एक सिपहसालार आधम ख़ान को दफनाया गया था. अगर आप मुगलों की संस्कृति के बारे में जानने की रुचि रखते हैं तो एक बार आप इस मकबरे में जरूर जाएं.

संजय वन- संजय वन भारत के दिल्ली में वसंत कुंज और महरौली के पास एक विशाल शहर वन क्षेत्र है. यह 783 एकड़ के क्षेत्र में फैला हुआ है. संजय वन यूं तो एक पार्क है, लेकिन ये इतने बड़े क्षेत्र में फैला हुआ है कि यह जंगल जैसा लगता है. यहां चारों तरफ हरियाली और विभिन्न पक्षियों की प्रजातियां भी हैं. कुछ लोग संजय वन को भूतिया वन भी बोल चुके हैं. अगर आप एडवैंचर के शौकीन हैं तो आपको एक बार इस वन में जरूर जाना चाहिए.

मिर्जा गालिब की हवेली- मशहूर शायर मिर्जा गालिब को भला कौन नहीं जानता, लेकिन क्या आप मिर्जा गालिब कि हवेली के बारे में जानते हैं. दिल्ली के चांदनी चौक इलाके में मिर्जा गालिब की हवेली है. यह हवेली 150 साल पुरानी है. अब इसे एक म्यूजियम में बदल दिया गया है. यहां आपको मिर्जा गालिब की शायरी के साथ उनकी पेंटिंग और तस्वीरें भी देखने को मिलेंगी. अगर आपको शायरी और इतिहास में रुचि है तो जरूर जाएं मिर्जा गालिब की हवेली.

Conclusion:
Last Updated : Apr 9, 2019, 8:40 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.