ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ଜମୁଛି ପ୍ରଚାର । ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଘରେ ଘରେ ବୁଲି କେନ୍ଦ୍ର ସରକାରଙ୍କ ସଫଳତା ପହଞ୍ଚାଇବାକୁ ଆହ୍ବାନ ଦେବା ପରେ ତାକୁ ନେଇ ରାଜନୀତି ତେଜିଛି । ବିଜେପିକୁ ଶାସକ ଦଳ ଅଦିନିଆ ଉଡ଼ା ଚଢେଇ କହିବା ସହିତ ଡିଜିଟାଲ ପ୍ରଚାର ଦ୍ବାରା କୌଣସି ଫରକ ପଡିବ ନାହିଁ ବୋଲି ବିଜେଡ଼ି କହିଛି ।
ନିର୍ବାଚନ ଆସିଲେ ବିଜେପିର ଲୋକଙ୍କ କଥା ମନେ ପଡେ। ଚିଲିକାରେ ଶୀତ ଦିନେ ଅଦିନିଆ ବିହଙ୍ଗ କ୍ରୀଡା ଯେମିତି ହୁଏ ବିଜେପି ପ୍ରଚାର ସେମିତି କରୁଛି ବୋଲି ବିଜେଡ଼ି କହିଛି । ସେମାନେ କେବେ ଲୋକଙ୍କ ସହ ନଥିଲେ ଏବେ ନିର୍ବାଚନ ଆସିଛି ବୋଲି ଲୋକଙ୍କ କଥା ଓ ଘର ଘର କଥା ମନେପଡୁଛି ବୋଲି ବିଜେଡି଼ ମୁଖପାତ୍ର ସୁଲତା ଦେଓ କହିଛନ୍ତି।
ଏହା ବି ପଢନ୍ତୁ: Panchayat Election: ଡିଜିଟାଲରେ ଗାଁରେ ପହଞ୍ଚିବେ ଦିଲ୍ଲୀ ନେତା
ସେପଟେ କଂଗ୍ରେସ ମଧ୍ୟ ଉଭୟ ବିଜେପି ଏବଂ ବିଜେଡି ପ୍ରଚାର କଲେ କୌଣସି ସୁଫଳ ମିଲବନି କାରଣ ଲୋକେ ସେମାନଙ୍କର ଆଭିମୁଖ୍ୟ ଜାଣିଛନ୍ତି । ଲୋକେ ଆଉ ସେ ଭୁଲ କରିବେନି ବୋଲି କଂଗ୍ରେସ କହିଛି । କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ବିଜେପି ବିଜେଡିର ପ୍ରଚାର କୌଣସି ଫରକ ପଡିବ ନାହିଁ । ଲୋକେ ସେମାନଙ୍କ କଥା ଜାଣିଛନ୍ତି । ଆଉ ଭରସା କରିବେନି ବୋଲି କଂଗ୍ରେସ କହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ