ETV Bharat / city

ପିତାମ୍ବରଙ୍କୁ BJDର କାଉଣ୍ଟର ଆଟାକ, କଟକରୁ ଉଗାଣ୍ଡା ଅଭିଜ୍ଞତା ଥିବା ଆଇନଜୀବୀ ମିଛ କହୁଛନ୍ତି

ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରତିକ୍ରିୟାରେ ବ୍ୟକ୍ତିଗତ କାଉଣ୍ଟର କରି ଜବାବ ରଖିଲା ବିଜେଡି । କଟକରୁ ଉଗାଣ୍ଡା ଅଭିଜ୍ଞତା ଥିବା ଉଚ୍ଚନ୍ୟାୟାଳୟର ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମିଛ କହୁଛନ୍ତି ବୋଲି କହିଲା ବିଜେଡି । ଅଧିକ ପଢନ୍ତୁ

author img

By

Published : Nov 21, 2021, 9:09 PM IST

BJD Reaction on BJP Spokesperson Pitambar acharya statement
ପିତାମ୍ବରଙ୍କୁ ବିଜେଡ଼ିର ବ୍ୟକ୍ତିଗତ କାଉଣ୍ଟର, କଟକରୁ ଉଗାଣ୍ଡା ଅଭିଜ୍ଞତା ଥିବା ଆଇନଜୀବୀ ମିଛ କହୁଛନ୍ତି

ଭୁବନେଶ୍ବର: ବିଜେପି ମୁଖପାତ୍ର ପିତାମ୍ବରଙ୍କ ପ୍ରତିକ୍ରିୟାର ବିଜେଡିର ବ୍ୟକ୍ତିଗତ କାଉଣ୍ଟର । କଟକରୁ ଉଗାଣ୍ଡା ଅଭିଜ୍ଞତା ଥିବା ଆଇନଜୀବୀ ମିଛ କହୁଛନ୍ତି। ଏଭଳି ଟାର୍ଗେଟ କରିଛନ୍ତି ବଜେଡି ମୁଖପାତ୍ର ଲେନିନ ମହାନ୍ତି । ରାଜ୍ୟର ନବୀନ ବାବୁଙ୍କ ଶାସନକୁ ଉଗାଣ୍ଡାର ଇଦି ଅମିନଙ୍କ ଶାସନ ସହ ତୁଳନା କରିଥିଲେ ବିଜେପି ମୁଖପାତ୍ର ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ କଟକରୁ ଉଗାଣ୍ଡା ଅଭିଜ୍ଞତା ଥିବା ଉଚ୍ଚନ୍ୟାୟାଳୟର ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମିଛ କହୁଛନ୍ତି । ହୁଏତ ଯେଭଳି ମନ୍ତବ୍ୟ ରଖୁଛନ୍ତି ନିଜକୁ ଥଟ୍ଟା ଓ ପରିହାସ ହିସାବରେ ସେ ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ହୁଏତ ତାଙ୍କ ମହକିଲ ବା କ୍ଲାଏଣ୍ଟ ତାଙ୍କ ଉପରେ ଭରସା ଉଠିଯିବ । କାରଣ ଓଡିଶାର ରାଜନୈତିକ ଏଜେଣ୍ଡାକୁ ଆଗେଇନେବାକୁ ଚାହୁଁଛନ୍ତି ତାହା ଏକ ପରିହାସ ବା ଜୋକ କରୁଛନ୍ତି। ଯେପରି ବିଜେପିର ସଂକୀର୍ଣ୍ଣ ଆଭିମୁଖ୍ୟ ଆଗେଇ ନେଉଛନ୍ତି। ଲୋକେ ତାଙ୍କୁ ବିଶ୍ବାସ କରନ୍ତି ନାହିଁ । ବୋଧହୁଏ ବିଜେପିର ସଂକୀର୍ଣ୍ଣ ରାଜନୀତିରେ ପେଶି ହେଉଛନ୍ତି ପିତାମ୍ବର ଯାହାକୁ ନେଇ ଏପରି ଚିଡଚିଡ ମନ୍ତବ୍ୟ ରଖୁଛନ୍ତି ବୋଲି ଲେନିନ କହିଛନ୍ତି ।

ଅନ୍ୟପଟେ ଲେଖାଶ୍ରୀଙ୍କ ଦରବୃଦ୍ଧି ପ୍ରସଙ୍ଗରେ ଜବାବ ରଖିଛନ୍ତି ଲେନିନ । ମିଛ କହିବେ ବୋଲି ସକାଳୁ ନିଷ୍ପତ୍ତି ନେଇଥାନ୍ତି ଲେଖାଶ୍ରୀ । ଅନ୍ତର୍ଜାତୀୟ ବଜାରରେ crude oil କମୁଥିବା ବେଳେ ବିଜେପିର ନେତାମାନେ ତୈଳ ଦର ଵୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି । ୨୦୧୪ ମସିହାରେ ଥିବା ଗ୍ୟାସ ଦର ୪୧୪ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୧୨୩ ପ୍ରତିଶତ ବୃଦ୍ଧି ହୋଇ ୯୨୬ ଟଙ୍କାରେ ପହଞ୍ଚିଛି । ଗୋଟେ ଦଳ ଲୋକଙ୍କ ସଙ୍ଗେ ରହିବା ଦରକାର ମଧ୍ୟବିତ୍ତ,ଗୃହିଣୀଙ୍କ ସଙ୍ଗେ,ଘରେ ମା ଓ ମାଉସୀଙ୍କ ସହ ରହିବା ଦରକାର ଏବଂ ହାଣ୍ଡିଶାଳ ପାଇଁ ରହିବା ଦରକାର ।

ଯେଉଁଠି ୧୫ ପ୍ରତିଶତ କମ ଅଛି କ୍ରୁଡ ଅଏଲ ଅଥଚ ଆପଣ ୧୨୩ ପ୍ରତିଶତ ଅଧିକ ଗ୍ୟାସ ଦର ନେଉଛନ୍ତି ତାହା କୁଆଡେ ଯାଉଛି ବୋଲି ପ୍ରସଙ୍ଗ ଉଠାଇଛନ୍ତି। ଏପରିକି ୭ ବର୍ଷ ଭିତରେ ୧୨୩ ପ୍ରତିଶତ ଲୋକଙ୍କ ପଇସା ଛଡେଇକି ନେଇଛନ୍ତି ତାହା ଯାଉଛି କୁଆଡେ। ମୋଟ ଉପରେ ରାଜ୍ୟର ସ୍ବାର୍ଥକୁ ଅଣଦେଖା କରି ମିଛ କହୁଛନ୍ତି ଲେଖାଶ୍ରୀ। ମିଛ କଥା କହି କେବଳ ଲୋକଙ୍କୁ ଭୂଆଁ ବୁଲେଇ ପାରନ୍ତି ଲେଖାଶ୍ରୀ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.