ETV Bharat / city

ହିଂସାକାଣ୍ଡରେ ସମ୍ପୃକ୍ତି କି ପ୍ରୋତ୍ସାହନ ଅନୁଚିତ: ବିଜେଡି

ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ଅଧିକ ପଢ଼ନ୍ତୁ

ହିଂସାକାଣ୍ଡକୁ ପ୍ରୋତ୍ସାହନ କିମ୍ବା ସମ୍ପୃକ୍ତି ଅନୁଚିତ : ବିଜେଡି

author img

By

Published : Feb 21, 2022, 5:37 PM IST

ଯାଜପୁର: ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅମର ଦାବି କରିଛନ୍ତି । କୌଣସି ହିଂସାକାଣ୍ଡକୁ କେହି ପ୍ରୋତ୍ସାହିତ କରିବା କିମ୍ବା ସେଥିରେ ନିଜେ ସମ୍ପୃକ୍ତ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ।

ହିଂସାକାଣ୍ଡକୁ ପ୍ରୋତ୍ସାହନ କିମ୍ବା ସମ୍ପୃକ୍ତି ଅନୁଚିତ : ବିଜେଡି

ଅମର କହିଛନ୍ତି ଯେ, "ଏହି ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ ହେବ । ନିର୍ବାଚନ କମିଶନ ଏବଂ ଜିଲ୍ଳା ପ୍ରଶାସନ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ତତ୍ପରତାର ସହ ହୋଇଛି । ଏଭଳି ଘଟଣାରେ ଏତେ ଶୀଘ୍ର କେବେ କେହି ଧରା ପଡ଼ନ୍ତି ନାହିଁ । ଏହି କାର୍ଯ୍ୟାନୁଷ୍ଠାନ ଉଦାହରଣ ସୃଷ୍ଟି କରିବ ।"

ଯାଜପୁର କେବେବି ହିଂସାର ପେଣ୍ଠସ୍ଥଳୀ ପାଲଟି ନାହିଁ । କାଁଭାଁ କେଉଁଠି ଏଭଳି ଘଟଣା ଘଟିଛି । ଯେଉଁଠି ବି ହିଂସାକାଣ୍ଡ ଘଟୁଛି ପୁଣି ରିପୋଲିଂ ହେଉଛି । ସେଠି କେହି ଚଞ୍ଚକତା(manipulation) କରି ଭୋଟ ନେଇନଥିବା କଥା କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.