ETV Bharat / city

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ପ୍ରତିକ୍ରିୟା ରଖିଲା ବିଜେଡି - ପଞ୍ଚାୟତ ନିର୍ବାଚନ ନେଇ ଶଶୀ ଭୂଷଣ ବେହେରାଙ୍କ ପ୍ରତିକ୍ରିୟା

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପ୍ରଚାର । ଏବେ ବୁଥ ମୁହାଁ ପୁଲିଙ୍ଗ ପାର୍ଟି । ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ସାଇଲେଣ୍ଟ ଆୱାର । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ପ୍ରତିକ୍ରିୟା ରଖିଲା ବିଜେଡି

author img

By

Published : Feb 14, 2022, 8:28 PM IST

Updated : Feb 14, 2022, 8:55 PM IST

ଭୁବନେଶ୍ବର: ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପ୍ରଚାର । ଏବେ ବୁଥ ମୁହାଁ ପୁଲିଙ୍ଗ ପାର୍ଟି । ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ସାଇଲେଣ୍ଟ ଆହ୍ଵାର ।

ତେବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାର ମୈଦାନ ଛାଡିଛନ୍ତି ନେତା ଓ ଅଣ-ଭୋଟର ।ଆସନ୍ତା ୧୬ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟାରେ ରାଜ୍ୟର 30 ଜିଲ୍ଲାର ୭୧ଟି ବ୍ଲକର ୨ଶହ ଜିଲ୍ଲା ପରିଷଦ, ୧ ହଜାର ୬ଶହ ୬୯ଟି ସରପଞ୍ଚ, ୧ ହଜାର ୬ଶହ ୬୯ଟି ସମିତି ସଭ୍ୟ ଓ ୨୨ ହଜାର ୩ଶହ ୭୯ଟି ୱାର୍ଡ ମେମ୍ବର ଆସନ ପାଇଁ ମତ ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ପ୍ରତିକ୍ରିୟା ରଖିଲା ବିଜେଡି

ଏହାରି ଭିତରରେ ଭୋଟର କେମିତି ସେମାନଙ୍କର ବହୁ ମୂଲ୍ୟ ଭୋଟ ବିନା ନାକଚରେ ସାବ୍ୟସ୍ତ କରିବେ ତାହାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତେବେ ଏହାକୁ ନେଇ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ନବୀନଙ୍କ ସ୍ୱଚ୍ଛ ଶାସନ, ସାଧାରଣ ଲୋକଙ୍କ ପାଇଁ ହୋଇଥିବା ସମସ୍ତ କାର୍ଯ୍ୟ ଲାଗି ଜନସାଧାରଣ ବିଜେଡିକୁ ଭୋଟ ଦେବେ । ବିଜେଡି ବହୁତ ଭଲ କରିବ ବୋଲି କହଛନ୍ତି ଶଶୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 14, 2022, 8:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.