ଭୁବନେଶ୍ବର: ବିଜେଡିକୁ ଜାତୀୟ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରାଙ୍କ ଟାର୍ଗେଟ । ମମିତା ପ୍ରସଙ୍ଗକୁ ଏଡାଇବା ପାଇଁ ଦରଦାମ ବୃଦ୍ଧିର ନାଟକ କରୁଛି ବିଜେଡି କହିଛନ୍ତି ସସ୍ମିତା । ରାଜ୍ୟରେ ମହିଳା ଅସୁରକ୍ଷିତ । ମହିଳା ବିରୋଧୀ ହିଂସାରେ ରାଜ୍ୟ 1 ନମ୍ବର । ହେଲେ, ଏହି ସମୟରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ହିଁ ଡାଇଭଟ କରାଯାଉଛି । ଆସନ୍ତା 24ରୁ ବିଜେଡି ସବୁ ଆରଡିସି ଆଗରେ ଦରବୃଦ୍ଧିକୁ ନେଇ ଆନ୍ଦୋଳନ କରିବ । ଗତ 7 ବର୍ଷ ହେଲା ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ନଥିଲା । ଆଜି କାହିଁକି ହଠାତ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ?
ଯଦି ଦରଦାମ ବାଧୁଛି ଗ୍ୟାସ ଉପରୁ ଅଢେଇ ପ୍ରତିଶତ ଜିଏସଟି କମ କରନ୍ତୁ ରାଜ୍ୟ ସରକାର । ଏହାସହ ରାଜ୍ୟର ଶୀତଳ ଭଣ୍ଡାରର କାର୍ଯ୍ୟକ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି । ରାଜ୍ୟରେ ପନିପରିବା ଦର ବି ଆକାଶଛୂଆଁ । ଯୋଗାଣ ବିଭାଗ କ’ଣ କରୁଛି ? ରାଜ୍ୟରେ ପିଆଜ ଉତ୍ପାଦନ ହୁଏ 3.95 ମେଟ୍ରିକ ଟନ ହେଲେ ଆବଶ୍ୟକ ଅଛି 2.97 ମେଟ୍ରିକ ଟନ । ରାଜ୍ୟର ପିଆଜ ଚାଷୀ ଅଭାବୀ ମୂଲ୍ୟରେ ବିକ୍ରି କରୁଛନ୍ତି । ପିଆଜ ମିଶନ ଓ ଆଳୁ ମିଶନ ଫେଲ ମାରିଛି । ଆଜି ବିଜେଡି ବିଜେପି ସମ୍ପର୍କ ବିଗିଡି ଗଲା ବୋଲି ଆନ୍ଦୋଳନକୁ ଓହ୍ଲାଉଛନ୍ତି କି ବିଜେଡି ବୋଲି ପ୍ରଶ୍ନ କଲା କଂଗ୍ରେସ । କୁମ୍ଭୀର କାନ୍ଦଣା ନକାନ୍ଦି ନିଜର 21 ବର୍ଷର ବିଫଳତାକୁ ସ୍ବିକାର କରନ୍ତୁ ଆଉ ସତକୁ ମାନନ୍ତୁ ରାଜ୍ୟ ସରକାର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ