ETV Bharat / city

PMAYରେ ରାଜ୍ୟକୁ ମିଳୁନି ଆବଶ୍ୟକ ଘର, ରାଜଭବନ ସମ୍ମୁଖରେ ଗର୍ଜିଲା BJD

author img

By

Published : Dec 1, 2021, 3:55 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(Pradhan Mantri Awas Yojana-Gramin)ରେ ଓଡିଶାକୁ ଉପେକ୍ଷା ଅଭିଯୋଗ । ଏହାରି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । କେନ୍ଦ୍ର ସରକାର ଓଡିଶାକୁ ଆବାସ ଯୋଜନାରେ ଘର ଦେବାରେ ପାତରଅନ୍ତର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରି ରାଷ୍ଟ୍ରପତି (President Of India)ଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ଦେଇଛି ଦଳ । ଅଧିକ ପଢନ୍ତୁ

BJD iN  Rajbhawan
BJD iN Rajbhawan

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(Pradhan Mantri Awas Yojana-Gramin)ରେ ଓଡିଶାକୁ ଉପେକ୍ଷା ଅଭିଯୋଗ । ଏହାରି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । କେନ୍ଦ୍ର ସରକାର ଓଡିଶାକୁ ଆବାସ ଯୋଜନାରେ ଘର ଦେବାରେ ପାତରଅନ୍ତର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରି ରାଷ୍ଟ୍ରପତି (President Of India)ଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ଦେଇଛି ଦଳ । ଏନେଇ ଦଳର ବିଧାୟକ ବିଧାନସଭାରୁ ଶୋଭାଯାତ୍ରାରେ ଯାଇ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ବିଜେଡି କହିଛି ରାଜ୍ୟରେ 13 ଲକ୍ଷ ଘର ଆବଶ୍ୟକତା ଥିବାବେଳେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର 5 ଲକ୍ଷ । ବାକି ଆଠ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ(Chief Minister Naveen Patnaik) ବାରମ୍ବାର ଚିଠି ଲେଖିଛନ୍ତି । ହେଲେ କେନ୍ଦ୍ର ସରକାର ଶୁଣୁନାହାନ୍ତି । ବିଜେପି ଶାସିତ ରାଜ୍ୟକୁ (BJP ruling State) ଅଧିକ ଘର ମିଳୁଛି । ଓଡିଶାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟକ ଘର ମିଳୁନି । ଏପରିକି ଫନି ସହାୟତା ଘର ମିଳିନାହିଁ । ଏସମ୍ପର୍କରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ବିଜେଡି ବିଧାୟକ/ବିଧାୟିକାମାନେ ରାଜଭବନରେ ପହଞ୍ଚିଥିଲେ ।

ରାଜଭବନରେ ପହଞ୍ଚିବା ପରେ ବିଜେଡିର ଏକ ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏହାସହ ଯଦି କେନ୍ଦ୍ର ସରକାର ଏଭଳି ପାତରଅନ୍ତର ନୀତିରୁ ଦୂରେଇ ନ ରୁହନ୍ତି ତେବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.