ETV Bharat / city

PCC Race: କଂଗ୍ରେସର ପୋଲ ଖୋଲିଲେ କି ଅଶୋକ ? ଜବାବ ରଖିଲେ ସୁର - ଦଳର ପୋଲ ଖୋଲିଲେ ଅଶୋକ ସାମଲ

ରାଜ୍ୟ କଂଗ୍ରେସର ସାଂଗଠନିକ ପରିବର୍ତ୍ତନ ସହ ନୂଆ ସଭାପତି ଚୟନ ପାଇଁ କଂଗ୍ରେସ ହାଇକମାଣ୍ଡ ଦଳର ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ଡାକିଛନ୍ତି । ଆସନ୍ତା 9 ତାରିଖରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ କଂଗ୍ରେସ ନେତୃତ୍ବ । ଅଧିକ ପଢନ୍ତୁ

ଦଳର ପୋଲ ଖୋଲିଲେ ଅଶୋକ ସାମଲ, ଜବାବ ରଖିଲେ ସୁର

author img

By

Published : May 4, 2022, 5:59 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ସାଂଗଠନିକ ପରିବର୍ତ୍ତନ ସହ ନୂଆ ସଭାପତି ଚୟନ ପାଇଁ କଂଗ୍ରେସ ହାଇକମାଣ୍ଡ ଦଳର ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ଡାକିଛନ୍ତି । ଆସନ୍ତା 9 ତାରିଖରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ କଂଗ୍ରେସ ନେତୃତ୍ବ ।

ଦଳର ପୋଲ ଖୋଲିଲେ ଅଶୋକ ସାମଲ, ଜବାବ ରଖିଲେ ସୁର

କିନ୍ତୁ କିଏ ହେବେ ପିସିସି ସଭାପତି ତାହାକୁ ନେଇ ରାଜ୍ୟ କଂଗ୍ରେସରେ ଜାରି ରହିଛି ଚର୍ଚ୍ଚା । ଏକାଧିକ ନାଁ ଉପରେ ଚାଲିଛି ଆଲୋଚନା । ତେବେ ବିଧାୟକ ସୁରଙ୍କ ପରେ ଆଜି ଦଳୀୟ ନେତା ଅଶୋକ ସାମଲ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଅଶୋକ କହିଛନ୍ତି, "ପିସିସି ପରିବର୍ତ୍ତନ ପଛରେ ଥାଏ ବିଜେଡିର ହାତ । ବିଜେଡି ରାଜ୍ୟ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରିଥାଏ । ଜଣେ ଦୁର୍ବଳ ଲୋକ ରାଜ୍ୟ କଂଗ୍ରେସ ସଭାପତି ବିଜେଡି ଚାହେଁ । ଯଦି ଶରତ ପଟ୍ଟନାୟକ ସଭାପତି ହୁଅନ୍ତି, ବୁଝିବାକୁ ହେବ ବିଜେଡି ନିଜ ଉଦ୍ୟମରେ ସଫଳ ହୋଇଛି ।" ଖାଲି ସେତିକି ନୁହେଁଷ ବିଜେଡି ଜଣେ ଦୁର୍ବଳ ଲୋକଙ୍କୁ ସଭାପତି କରିବା ପାଇଁ ଲବି କରୁଛି ବୋଲି ଅଶୋକ କହିଛନ୍ତି । ଅଶୋକ କହିଛନ୍ତି ଟାଲେଣ୍ଟ ସହ ଟଙ୍କା ଥିବା ନେତାଙ୍କୁ ସଭାପତି କରାଯାଉ । ଫଳରେ ଦଳ ପାଇଁ ଫଳ ପ୍ରଦ ହେବ ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତ କହିଛନ୍ତି ସୋନିଆ ଗାନ୍ଧୀ ଚୂଡାନ୍ତ ନିଷ୍ପତ୍ତି ନେବେ । ସେ ଯାହାକୁ ଦାୟିତ୍ବ ଦେବେ ଆମେ ସମର୍ଥନ କରିବୁ । ପରୋକ୍ଷରେ ଅଶୋକଙ୍କୁ ସମାଲୋଚନା କରି ସୁର କହିଛନ୍ତି, ଏବେ ଯୋଉ ମାନେ ସଭାପତି ପାଇଁ ପରାମର୍ଶ ଦେଉଛନ୍ତି କି ଆଶାୟୀ ଅଛନ୍ତି ସେମାନେ ନିର୍ବାଚନ ବେଳେ କୋଉଠି ଥିଲେ ବୋଲି ସୁର ପାଲଟା ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.