ETV Bharat / city

ଭୋଟ ବ୍ୟାଙ୍କ ଲାଗି ଜନଜାତିଙ୍କୁ ବ୍ୟବହାର କରୁଛି BJD: ଲେଖାଶ୍ରୀ

author img

By

Published : Apr 15, 2022, 4:41 PM IST

Updated : Apr 15, 2022, 7:04 PM IST

ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ମୋଦି ସରକାର ପଦକ୍ଷେପ ନେଉଛନ୍ତି । ୨୦୧୪ ରେ ମୋଦି ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ହେଲେ ଭୋଟ ବ୍ୟାଙ୍କ ଲାଗି ବିଜେଡି ସରକାର ଜନଜାତିଙ୍କୁ ବ୍ୟବହାର କରୁଛି । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି BJP ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ

ଲେଖାଶ୍ରୀ
ଲେଖାଶ୍ରୀ

ଭୁବନେଶ୍ବର: ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ମୋଦି ସରକାର ପଦକ୍ଷେପ ନେଉଛନ୍ତି । ୨୦୧୪ ରେ ମୋଦି ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ହେଲେ ଭୋଟ ବ୍ୟାଙ୍କ ଲାଗି ବିଜେଡି ସରକାର ଜନଜାତିଙ୍କୁ ବ୍ୟବହାର କରୁଛି । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି BJP ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ।

ଭୋଟ ବ୍ୟାଙ୍କ ଲାଗି ଜନଜାତିଙ୍କୁ ବ୍ୟବହାର କରୁଛି ବିଜେଡି: ଲେଖାଶ୍ରୀ

ଲେଖାଶ୍ରୀ କହିଛନ୍ତି ଯେ, ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସବୁ ସମୟରେ ପଦକ୍ଷେପ ନେଉଛନ୍ତି । ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କଂଗ୍ରେସ କ୍ଷମତାରେ ଥିବା ସମୟରେ ଅନୁସୂଚିତ ଜନଜାତିଙ୍କ ବିକାଶ ସେଭଳି କୌଣସି ପଦକ୍ଷେପ ନେଇନଥିଲେ । ଓଡିଶାରେ 24 ପ୍ରତିଶତ ଜନଜାତି ଅଛନ୍ତି । ଜଙ୍ଗଲ, ଜମି, ପାଣିକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଜନଜାତିକୁ ମୌଳିକ ଅଧିକାର ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଅନୁସୂଚିତ ଜନଜାତିଙ୍କ ଅଧିକାରକୁ ନିଜ ହାତରେ ରଖିଛନ୍ତି ।

ଗ୍ରାମସଭା ମାଧ୍ୟମରେ ପେଶା ଅଞ୍ଚଳରେ ନିଷ୍ପତି ନେବା କଥା । ତାହା ରାଜ୍ୟ ସରକାର କରୁ ନାହାନ୍ତି । ସ୍ପେସିଆଲ କାଉନସିଲର ଗଠନ ହେବା ଦିନଠାରୁ ଗୋଟିଏ ବି ବୈଠକ ହୋଇନାହିଁ । ରାଜ୍ୟ ଥିବା ବିଜେଡି ସରକାର କେବଳ ଭୋଟ ବ୍ୟାଙ୍କ ପାଇଁ ଜନଜାତି ବର୍ଗର ଲୋକଙ୍କୁ ବ୍ୟବହାର କରୁଛି । ଓଡିଶାରେ ୩୦ ହଜାର ଲୋକ ଜଙ୍ଗଲ ଜମି ପଟ୍ଟା ପାଇବା କଥା । ମାତ୍ର ଏଯାଏଁ ୩ ହଜାର ଲୋକ ପଟ୍ଟା ପାଇଛନ୍ତି । ରାଜ୍ୟର ୨୫ ଶହ ଜନଜାତି ବହୁଳ ଗାଁ ଏବେ ବି ଅପହଞ୍ଚ ରହିଛି । କିଛି ସୁବିଧା ସୁଯୋଗ ନାହିଁ । ଗ୍ରାମସଭାରେ ବସି DMF ଫଣ୍ଡ କିଭଳି ବିନିଯୋଗ ହେବ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା କଥା । କିନ୍ତୁ ତାହା କରୁ ନାହାନ୍ତି ।

ଜିଲ୍ଲାପାଳ ମାନେ ଜନଜାତି ବର୍ଗର ଲୋକଙ୍କ ମୌଳିକ ଅଧିକାର ଛଡାଇ ନେଉଛନ୍ତି । ବିଜେଡିର ଏଜେଣ୍ଟ ପରି ଜିଲ୍ଲାପାଳମାନେ କାର୍ଯ୍ୟ କରୁଛନ୍ତି । ବିଜେଡିର ଭୋଟ ବ୍ୟାଙ୍କ ବଢାଇବା ପରି ଯୋଜନା ପ୍ରସ୍ତୁତ କରୁଛନ୍ତି । ତାର ବଡ ଉଦାହରଣ କେନ୍ଦୁଝର ଜିଲ୍ଲାପାଳ । ଗୋଟିଏ ଜିଲ୍ଲାରେ ଦୀର୍ଘ ବର୍ଷ ରହି ଜନଜାତିଙ୍କ ପ୍ରତି ଅବହେଳା କରିଛନ୍ତି । ଫଳରେ କମିଶନ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଜନଜାତିଙ୍କର ବିକାଶ ହେଉ ବୋଲି ରାଜ୍ୟ ସରକାର ଚାହୁଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 15, 2022, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.