ETV Bharat / city

ଅପରାଜିତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାର ଆବଶ୍ୟକତା ନାହିଁ: ପ୍ରତାପ ଦେବ

author img

By

Published : May 16, 2022, 10:32 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବ ତିନୋଟି ପଦରେ ରହିବା ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସେ । ଜବାବରେ ବିଜେଡି କହିଛି, ଅପରାଜିତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକତା ନାହିଁ । ଅଧିକ ପଢନ୍ତୁ

ପ୍ରତାପ ଦେବ
ପ୍ରତାପ ଦେବ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବ ତିନୋଟି ପଦରେ ରହିବା ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସେ । ଜବାବରେ ବିଜେଡି କହିଛି, ଅପରାଜିତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକତା ନାହିଁ ।

ଅପରାଜିତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକତା ନାହିଁ : ପ୍ରତାପ ଦେବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ପୂର୍ତ୍ତ ସଚିବ ତଥା ଓଡିଶା ବ୍ରିଜ ନିର୍ମାଣ ନିଗମ (ଓବିସିସି)ର ବର୍ତ୍ତମାନର ଅଧ୍ୟକ୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅଟନ୍ତି । ଏହା କେବଳ ଏକ ସଂଯୋଗ ନା ଯୋଜନା ପ୍ରସ୍ତୁତ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେସନର ମୁଖ୍ୟ ପ୍ରଶାସକ ଭାବରେ, ଓବିସିସିକୁ କାମ ଦେଉଛନ୍ତି, ବିଲ ପାସ କରୁଛନ୍ତି ଏବଂ ଦେୟ ପ୍ରଦାନ କରୁଛନ୍ତି ଏବଂ ଓବିସିସିର ଅଧ୍ୟକ୍ଷ ଭାବେ ତାଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଏବଂ ଦେୟ ଗ୍ରହଣ କରିବାକୁ ଦାୟିତ୍ବ ଦିଆଯାଇଛି । ଏହି ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ପ୍ରଶାସିକା ଅପରାଜିତା ।

ଅପରାଜିତାଙ୍କ ସନ୍ଦେହ ଓ ପ୍ରଶ୍ନକୁ ନେଇ ଚିଇଁକି ଉଠିଛି ବିଜେଡି । ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଗୌଣ କରିବା ଭଳି ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଜବାବ ରଖିଛନ୍ତି । ନାଁ ନ ନେଇ କହିଛନ୍ତି ଯେ, ସେ ସବୁବେଳେ ସବୁ କଥା ଉପରେ ପ୍ରଶ୍ନ ଉଠାନ୍ତି । ପ୍ରଶ୍ନ ଉଠାଇବାରେ କିଛି ଯଥାର୍ଥତା ନାହିଁ । ତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିବା ଆବଶ୍ୟକତା ନାହିଁ ବୋଲି ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.