ETV Bharat / city

ସମ୍ମିଳନୀ ପାଇଁ ବରମୁଣ୍ଡା ପ୍ରସ୍ତୁତ, ପ୍ରଶିକ୍ଷଣ ନେବେ ମହିଳା, ଯୁବ ଓ ଛାତ୍ର କର୍ମୀ

ଆସନ୍ତାକାଲିଠୁ ବିଜେଡିର ଦୁଇ ଦିନିଆ ସମ୍ମିଳନୀ । ଏନେଇ ବରମୁଣ୍ଡା ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରସ୍ତୁତି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଦଳ ପକ୍ଷରୁ ବ୍ୟାପକ ଯୋଜନା କରାଯାଇଛି । ଅଧିକ ପଢନ୍ତୁ

author img

By

Published : Sep 28, 2022, 10:32 PM IST

ସମ୍ମିଳନୀ ପାଇଁ ବରମୁଣ୍ଡା ପ୍ରସ୍ତୁତ, ପ୍ରଶିକ୍ଷଣ ନେବେ ମହିଳା ଯୁବ ଓ ଛାତ୍ର କର୍ମୀ

ଭୁବନେଶ୍ବର: ଆସନ୍ତାକାଲିଠୁ ବିଜେଡିର ଦୁଇ ଦିନିଆ ସମ୍ମିଳନୀ । ଏନେଇ ବରମୁଣ୍ଡା ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରସ୍ତୁତି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଦଳ ପକ୍ଷରୁ ବ୍ୟାପକ ଯୋଜନା କରାଯାଇଛି । ଆସନ୍ତାକାଲି (ଗୁରୁବାର) ଯୁବ, ଛାତ୍ର, ମହିଳାଙ୍କର ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସଙ୍ଗଠନର ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ କମିଟିର ପ୍ରତିନିଧିଙ୍କୁ ନେଇ ବିଜେଡି ବୈଠକ କରିବ । ଯେଉଁଥିରେ 2 ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେବେ । ସେହିପରି 30 ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନଙ୍କ ସହ ବ୍ରହ୍ମପୁର, କଟକ ଓ ଭୁବନେଶ୍ୱରର ମେୟର ଓ କର୍ପୋରେଟରଙ୍କ କାର୍ଯ୍ୟକ୍ରମ ହେବ । ଏନେଇ ବରମୁଣ୍ଡା ପଡ଼ିଆରେ ବିଜେଡି ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାକୁ ନେଇ ଚଳଚଞ୍ଚଳ ବିଜେଡି ଶିବିର । ବରମୁଣ୍ଡା ପଡ଼ିଆରେ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ହେବ । ସେଥିଲାଗି ବରମୁଣ୍ଡା ପଡ଼ିଆରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ମୁଖ୍ୟ ମଞ୍ଚ ସହ ତିନୋଟି ଟେଣ୍ଟର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପ୍ରାୟ 3 ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ ।

ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡି ନେତ୍ରୀ ଜସ୍ନା ପରିଡା, ରାଜେଶ ରାଜ ସ୍ବାଇଁ ପ୍ରମୁଖ ବରମୁଣ୍ଡା ପଡ଼ିଆରେ ପ୍ରସ୍ତୁତି ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ବିଜୁ ଜନତା ଦଳ ଅକ୍ଟୋବର 2 ‘ଗାନ୍ଧୀ ଜୟନ୍ତୀ’ରୁ ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର 2 ତାରିଖରେ ‘ଗାନ୍ଧୀ ଜୟନ୍ତୀ’ ଏବଂ ‘ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର 9 ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ’ ଏବଂ ଅକ୍ଟୋବର 11 ତାରିଖରେ ‘ଲୋକନାୟକ ଜୟପ୍ରକାଶ ଜୟନ୍ତୀ’ ପାଳନ ହେବ । ଦଳର ମହିଳା, ଯୁବ ଏବଂ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ‘ଜନ ସମ୍ପର୍କ ପଦଯାତ୍ରା’ରେ ଯୋଗ ଦେବେ । ଏନେଇ ଆସନ୍ତା ଦୁଇ ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.